IPL 2020 : ୩୪ ରନରେ ମ୍ୟାଚ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ

ରୋହିତ ଶର୍ମାଙ୍କ ଅଧିନାୟକ ମୁମ୍ବାଇ ଇଣ୍ଡିଆନ୍ସ ରବିବାରର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୩୪ ରନରେ ପରାସ୍ତ କରିଛି। ସାରଜା କ୍ରିକେଟ୍ ଷ୍ଟାଡିୟମ୍ରେ ରବିବାର ଖେଳାଯାଉଥିବା ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍ ୨୦ ଓଭରରେ ୫ଟି ଓ୍ଵିକେଟ୍ ହରାଇ ୨୦୮ ରନ୍ ସଂଗ୍ରହ କରିବା ପରେ ମୁମ୍ବାଇ ୧୭୪ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ରୋକି ଦେଇଥିଲା।
That’s that! @mipaltan win by 34 runs and register another win in #Dream11IPL 2020.#MIvSRH pic.twitter.com/CIZEjDmvXa
— IndianPremierLeague (@IPL) October 4, 2020
ଦଳକୁ ମାତ୍ର ୬ ରନ୍ରେ ପ୍ରଥମ ଝଟକା ଲାଗିଥିଲା। ୫ଟି ବଲ୍ର ସମ୍ମୁଖୀନ ହୋଇ ମାତ୍ର ୬ ରନ୍ କରି ପ୍ରଥମ ଓ୍ଵିକେଟ୍ ଭାବେ ପାଭଲିଅନ୍କୁ ଫେରିଆସିଥିଲେ ଅଧିନାୟକ ରୋହିତ ଶର୍ମା। ଆଜି ଦ୍ୱିତୀୟ ପାଳିରେ ହାଇଦ୍ରାବାଦ୍ ୨୦୯ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା। କିନ୍ତୁ ଦଳ ୨୦ ଓଭରରେ ୭ଟି ଓ୍ଵିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରିପାରିଥିଲା।