Below header

୮ମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ରେଳ ବିଭାଗରେ ନିଯୁକ୍ତି ସୁଯୋଗ, ମିଳିବ ମୋଟା ଅଙ୍କର ଦରମା

ରେଳ ବିଭାଗରେ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଲୱେର ପୂର୍ବ ମଧ୍ୟ ରେଲୱେ ତରଫରୁ କମର୍ସିଆଲ କମ୍‌ ଟିକେଟ୍‌ କ୍ଲର୍କ ପଦ ପାଇଁ ନିଯୁକ୍ତି ବାହାରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଇଣ୍ଡିଆନ୍‌ ରେଲୱେର ଡବ୍ଲ୍ୟୁସିଆରର ଅଫିସିଆଲ ୱେବ୍‌ସାଇଟ୍‌ ecr.indianrailways.gov.in କୁ ଯାଇ ଏପ୍ରିଲ ୩୦ ପୂର୍ବରୁ ଆବେଦନ କରିପାରିବେ।

ଏଥିସହ ଇଚ୍ଛୁକ ପ୍ରାର୍ଥୀ ସିଧାସଳଖ https://cr.indianrailways.gov.in/uploads/files/1616595136822-Notification ଲିଙ୍କ୍‌ ଉପରେ କ୍ଳିକ୍‌ କରି ମଧ୍ୟ ଏହି ପଦ ପାଇଁ ଆବେଦନ କରିପାରିବେ। ଏହା ବ୍ୟତୀତ ଏହି ଲିଙ୍କ୍‌ https://cr.indianrailways.gov.in/uploads/files/1616595136822-Notification%20Group%20D%20TO%20TT.pdf ମାଧ୍ୟମରେ ମଧ୍ୟ ଅଫିସିଆଲ ନୋଟିଫିକେସନ୍‌ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୬୧ ପଦ ପୂରଣ କରାଯିବ।

ଆବେଦନର ଶେଷ ତାରିଖ– ୩୦ ଏପ୍ରିଲ ୨୦୨୧

ଯୋଗ୍ୟତା– ୮ମ ପାସ୍‌

ଅଭିଜ୍ଞତା– ପେ ଲେବଲ ୧ ଓ ପେ ଲେବଲ ୨ରେ ୨ ବର୍ଷ କାର୍ଯ୍ୟ କରିଥିବା ଆବଶ୍ୟକ।

ବୟସ ସୀମା– କୌଣସି ସୀମା ନାହିଁ

ଚୟନ ପ୍ରକ୍ରିୟା– ଲିଖିତ ପରୀକ୍ଷା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.