Below header

ଇନ୍‌ଭେଷ୍ଟମେଣ୍ଟ ଟିପ୍ସ : ମ୍ୟୁଚୁଆଲ ଫଣ୍ଡରେ ନିବେଶ କରି ହୁଅନ୍ତୁ ଧନୀ

ନୂଆଦିଲ୍ଲୀ : ଆଜିକାଲି ଟଙ୍କା ନିବେଶ କରିବାରେ ବହୁତ କିଛି ବିକଳ୍ପ ରହିଛି । ସେଥିମଧ୍ୟରୁ ମ୍ୟୁଚୁଆଲ ଫଣ୍ଡ ଅନ୍ୟତମ । ଯଦି ଆପଣ ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି । ତେବେ ଆପଣଙ୍କ ଲକ୍ଷ୍ୟ ନିର୍ଦ୍ଧାରିତ କରନ୍ତୁ । ମ୍ୟୁଚୁଆଲ ଫଣ୍ଡର ଠିକ ଜ୍ଞାନ ଆହରଣ କରନ୍ତୁ । ଯଦି ଏଥିରେ ଦୀର୍ଘ ମିଆଦି ନିବେଶ କରୁଛନ୍ତି, ତେବେ ଆପଣଙ୍କୁ ଏକ ଭଲ ରିଟର୍ଣ୍ଣ ମିଳିଥାଏ ।

ନିବେଶ କଲା ବେଳେ ଏହି କଥା ଉପରେ ରଖନ୍ତୁ ଧ୍ୟାନ :

ଯଦି ଆପଣ ମ୍ୟୁଚୁଆଲ ଫଣ୍ଡରେ ଦୀର୍ଘ ଦିନରେ ଅଧିକ ପୁଞ୍ଜି ଚାହୁଁଛନ୍ତି, ତେବେ ଟଙ୍କାର ବୃଦ୍ଧି ଜରୁରୀ । ଏହାକୁ କମ୍ପାଉଣ୍ଡ ଆନୁଆଲ ଗ୍ରୋଥ କୁହାଯାଏ । ସାଧାରଣତଃ ଧାରଣା ଥାଏ ଯେ ସବୁଠୁ ଅଧିକ ଗ୍ରୋଥ ଇକ୍ୟୁଟିରେ ହୋଇଥାଏ । ଡେଟ ରେ ନିବେଶ କଲେ ଭଲ ରିଟର୍ଣ୍ଣ ମିଳିବା କଷ୍ଟ ହୋଇଥାଏ ।

ସେବିରେ ନାମ ଦାଏର କରିବା ଜରୁରୀ :

ମ୍ୟୁଚୁଆଲ ଫଣ୍ଡ ଧାରକଙ୍କୁ ଡେଭିଡେଣ୍ଡ ଫଣ୍ଡ ରେ ହେବାକୁ ଥିବା ସବୁ ଖର୍ଚ୍ଚ ଏଏମ୍‌ସି, ଏଡ୍‌ମିନ ଖର୍ଚ୍ଚ, ଏଜେଣ୍ଟ କମିଶନ ଆଦି କାଟି କରି ଦିଆଯାଇଥାଏ । କୌଣସି ବି ମ୍ୟୁଚୁଆଲ ଫଣ୍ଡ ପାଇଁ ସେବୀ ରେ ନାମ ଦାଏର କରିବା ଜରୁରୀ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.