Below header

ଏ ଭାଇନାଙ୍କ ସିଙ୍ଗଡା ବିକିବା ଅନ୍ଦାଜକୁ ଥରେ ଦେଖନ୍ତୁ, ନ ଖାଉଥିବା ଲୋକ ବି କହିବ ଦିଅ ଗୋଟେ ପ୍ଲେଟ

ଅନେକ ଥର ଏମିତି ହୋଇଥାଏ ଯେ ଇଣ୍ଟରନେଟରେ ଏମିତି କିଛି ଭିଡିଓ ସବୁ ଦେଖିବାକୁ ମିଳିଥାଏ ଯେ ଯାହାକୁ ଦେଖିଲେ ଆମେ ଆମ ହସକୁ ଅଟକାଇ ପାରିବାନି। ସୋସିଆଲ ମିଡିଆ ଯେବେ ଠାରୁ ଏତେ ଲୋକପ୍ରିୟ ହେଲାଣି ସେବେଠାରୁ ଅନେକ ଫନି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ଆମକୁ ଖୁବ୍‌ ମନୋରଞ୍ଜନ କରୁଛି। ଆଜି ବି ଏମିତି ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି।

ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଜଣେ ସିଙ୍ଗଡା ବା ସମୋସା ବିକାଳୀ ଯିଏ କି ବହୁତ ୟୁନିକ ଅନ୍ଦାଜରେ ବିକ୍ରି କରୁଛନ୍ତି। ଆଉ ଏହି ସିଙ୍ଗଡା ବାଲାର ବିକ୍ରି କରିବା ଷ୍ଟାଇଲ ଦେଖିଲେ ବିଶ୍ୱାସ କରନ୍ତୁ ଆପଣ ହସି ହସି ଗଡିଯିବେ।

ଏହି ଭିଡିଓରେ ଯେଉଁ ବ୍ୟକ୍ତିଙ୍କୁ ଆପଣ ଦେଖୁଛନ୍ତି, ସେ ସିଙ୍ଗଡା ବିକ୍ରି କରନ୍ତି। ଆଉ ତାଙ୍କ ବିକ୍ରି କରିବା ଷ୍ଟାଇଲ ସବୁଠାରୁ ଅଲଗା। ଯେଉଁଲୋକ ସିଙ୍ଗଡା ଖାଉନଥିବ ବି ତାଙ୍କ ଡାକରା ଶୁଣି ନିହାତି ତାଙ୍କ ପାଖକୁ ଆସିବ। ଆଉ କହିବ ଭାଇ ମୋତେ ଗୋଟେ ପ୍ଲେଟ ସିଙ୍ଗଡା ଦିଅ। ତେବେ ଏ ସିଙ୍ଗଡା ଭାଇଙ୍କ ବିକ୍ରିବା ଷ୍ଟାଇଲ କିନ୍ତୁ ସମସ୍ତଙ୍କ ଠାରୁ ଅଲଗା।

ସୋସିଆଲ ମିଡିଆରେ ତାଙ୍କ ଅନ୍ଦାଜ ଲୋକଙ୍କୁ ବହୁତ ପସନ୍ଦ ଆସୁଛି। ଲୋକମାନେ ତାଙ୍କ ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ଏହି ଭିଡିଓ ଏବେ ଇଣ୍ଟରନେଟରେ ପାଣି ଭଳି ଭାଇରାଲ ହେଉଛି।

 

View this post on Instagram

 

A post shared by GiDDa CoMpAnY -mEmE pAgE- (@giedde)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.