Below header

ଭୋଜନ କରିବା ସମୟରେ ଖାସ ଏହି କଥାରେ ରଖନ୍ତୁ ନଜର, ସ୍ୱାସ୍ଥ୍ୟ ରହିବ ଫିଟ୍‌

ଆମେ ସାଧାରଣତଃ ବ୍ୟସ୍ତ ଜୀବନୀ ଭିତରେ ଖାଦ୍ୟକୁ ଗୁରୁତ୍ୱ ଦେଇ ନଥାଉ । ଖାଇବା ସମୟରେ ତରବରରେ ଯାହା କିଛି ଖାଇ ଦେଇଥାଉ । ହେଲେ ଖାଦ୍ୟ ନେବା ସମୟରେ ଆମେ ଖାଦ୍ୟ ଗ୍ରହଣ କରିବାର ତରିକା ଉପରେ ଧ୍ୟାନ ଦେଇନଥାଉ । ଯାହା କି ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।

ଏହା ଜାଣିବା ଉଚିତ ଯେ ଭୋକ ଶେଷ ହେଲା ବୋଲି ଆମ ପାକସ୍ଥଳୀ ମସ୍ତିସ୍କକୁ ବୁଝାଇବାରେ ପ୍ରାଏ ୨୦ ମିନିଟ ସମୟ ନେଇଥାଏ । ତେଣୁ ଜଲଦି ଜଲଦି ଖାଇବା ଯୋଗୁ ଆମେ ଅଧିକ ଖାଇ ଦେଇଥାଉ । ଯାହା ଫଳରେ ଆମର ଓଜନ ବଢ଼ିଯାଇଥାଏ ।

ଶୀଘ୍ର ଖାଇଲେ କ’ଣ ହୁଏ ଅସୁବିଧା : ଶୀଘ୍ର ଖାଇବା ଦ୍ୱାରା ଗ୍ୟାସ, ଏସିଡିଟି ଓ କୋଷ୍ଠ କାଠିନ୍ୟ ଭଳି ସମସ୍ୟା ଦେଖା ଦେଇଥାଏ ।
ଚୋବାଇ ଖାଇଲେ ସୁବଧା : ଚୋବାଇ ଖାଇବା ଦ୍ୱାରା ଲାଳ ଖାଦ୍ୟରେ ମିଶି ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଫଳରେ ଖାଦ୍ୟ ହଜମ ହୋଇଥାଏ । ଏହାଦ୍ୱାରା ଗ୍ୟାସ, ଏସିଡିଟି ଭଳି ସମସ୍ୟା ଦେଖା ଦେଇନଥାଏ ।

ତେଣୁ ଖାଇବା ସମୟରେ ସର୍ବଦା ଚୋବାଇ କରି ଖାଆନ୍ତୁ । ଠିଆ ହୋଇ ନଖାଇ ସର୍ବଦା ବସି କରି ଖାଆନ୍ତୁ । ଟିଭି ଓ ଲାପ୍‌ଟପ୍‌ ଆଗରେ ଖାଆନ୍ତୁ ନାହିଁ । ଖାଇବା ସମୟରେ ମଝିରେ ମଝିରେ ଟିକେ ପାଣି ପିଅନ୍ତୁ । ଏହା ଦ୍ୱାରା ଖାଦ୍ୟ ହଜମ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.