କୋରାପୁଟ: ଦେଓଘାଟି ଉଠାଇବା ବେଳେ ଇଞ୍ଜିନରେ ଲାଗିଲା ନିଆଁ, ପୋଡ଼ି ପାଉଁଶ ହୋଇଗଲା କାର୍

କୋରାପୁଟ(କେନ୍ୟୁଜ୍):  କୋରାପୁଟ ଜୟପୁର ରାସ୍ତାର ଦେଓଘାଟିରେ ଜଳିଗଲା କାର । ଚାହୁଁ ଚାହୁଁ ଜଳି ପୋଡି ପାଉଁଶ ହୋଇଯାଇଛି କାରଟି।  ଜୟପୁରରୁ କୋରାପୁଟ ଅଭିମୁଖେ ଆସୁଥୁବାବେଳେ ଘାଟିରେ ହଠାତ ଗାଡିର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗି ଯିବାର ଦେଖି ଗାଡିରେ ବସିଥିବା ଚାଳକ ଓ ଅନ୍ୟମାନେ ବାହାରକୁ ଚାଲି ଆସିଥିଲେ । ଯାହା ଫଳରେ ଯାତ୍ରୀମାନେ  ବର୍ତ୍ତିଯାଇଛନ୍ତି । କିନ୍ତୁ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଛି।

ମିଳିଥିବା ସୂଚନା ମୁତାବକ ଜୟପୁର ଅଞ୍ଚଳର ସୁରଥ କୁମାର ଗୌଡୋ ନିଜ ଫର୍ଡ ଫିଗୋ(OD07B5225)  କାରରେ କୌଣସି କାମରେ କୋରାପୁଟ ଯାଉଥିଲେ । ଦେଓଘାଟି ନିକଟରେ ହଠାତ୍ କାରଟିରେ ଇଞ୍ଜିନ ପାଖରେ ଧୁଆଁ ବାହାରିବା ଦେଖି କାରଟିକୁ ଅଟକେଇ ଥିଲେ।

ପରେ ଓହ୍ଲାଇ ଦେଖିବା ବେଳେ କାରଟିରେ ହଠାତ ନିଆଁ ଲାଗି ଯାଇଥିଲା। କାରଟି ଜଳିବା ପରେ ତାକୁ ଲିଭାଇବା ପାଇଁ କୌଣସି ଉପାୟ ପାଇନଥିଲେ ମାଲିକ। ଯାହାଫଳରେ ନିରବ ହୋଇ ଦେଖୁଥିଲେ । କିଛି ସମୟ ପାଇଁ ରାସ୍ତାରେ ଗାଡ଼ି ମଟର ଜାମ୍ ହୋଇ ଯାଇଥିଲା।  କିଛି ଯାତ୍ରୀ କରଟି ଜଳୁଥିବା ଦେଖି ଅଗ୍ନିଶମ ଜୟପୁର ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚି କାରଟିରେ ପାଣି ପକାଇବା ବେଳକୁ କାରଟି  କାରଟି ସମ୍ପୁର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ଘରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.