Below header

ଗାଡ଼ି ଧକ୍କାକୁ ନେଇ ରାଜଧାନୀରେ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍‌

କେନ୍ୟୁଜ୍(ବ୍ୟୁରୋ):ରାଜଧାନୀରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଗାଡ଼ି ଧକ୍କାକୁ ନେଇ ଭୁବନେଶ୍ୱର ଖଣ୍ଡଗିରି ଥାନା ରଘୁନାଥ ମନ୍ଦିର ନିକଟରେ ମୋବାଇଲ ଦୋକାନୀ ସନାତନ ରାଉତଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ୨ ମହିଳାଙ୍କ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ରାଜା ଜୟସିଂ ଫେରାର ରହିଛି । ତାକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି । ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତର ଘର ଖୋର୍ଦ୍ଧା ଜଙ୍କିଆ ଅଞ୍ଚଳରେ । ତା ନାଁରେ ଏକାଧିକ ମାମଲା ରହିଛି । ସେ ରଘୁନାଥ ନଗରରେ ନିଜ ମାଉସୀ ଘରେ ରହି ମଦ ବ୍ୟବସାୟ କରୁଥିଲା ।

ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଦୁଇ ମହିଳାଙ୍କୁ ଖଣ୍ଡଗିରି ଥାନା ପୋଲିସ ପୂର୍ବରୁ ବେଆଇନ ମଦ କାରବାର ମାମଲାରେ ବିଭିନ୍ନ ସମୟରେ ଗିରଫ କରିଥିଲା । ହେଲେ ଜାମିନରେ ଆସିବା ପରେ ସେମାନେ ପୁଣି କାରବାର ଚଳାଉଥିଲେ । ଖଣ୍ଡଗିରି ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.