Below header

ନରମିଲା ତାରାଙ୍କ ସ୍ବର, କଂଗ୍ରେସ ପ୍ରଭାରୀଙ୍କୁ ଦେଖା କରିବା ପରେ ବାହିନୀପତି କହିଲେ ‘‘ନିରଞ୍ଜନ ମୋ ବଡ଼ ଭାଇ ପରି’’

କେନ୍ୟୁଜ୍(ବ୍ୟୁରୋ): ଦଳ ବିରୋଧରେ ବିଷୋଦଗାର ପରେ ନରମିଲା ସ୍ୱର । କଂଗ୍ରେସ ବିରୋଧରେ ନରମିଲେ ବାହିନୀପତି ଦମ୍ପତି। ରାଗ ଅଭିମାନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କହିବାର ନଥିଲା ବୋଲି କହିଛନ୍ତି ବିଧାୟକ ତାରା ବାହିନୀପତି । ନିରଞ୍ଜନ ତାଙ୍କ ବଡ଼ ଭାଇ ପରି । ତାଙ୍କ ନେତୃତ୍ୱରେ ଦଳ ଆଗେଇବ ବୋଲି ସେ କହିଛନ୍ତି । ତାରାଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ତାଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତି। କଂଗ୍ରେସର ପରିବାର ଭିତରେ ଟଣା ଓଟରା ସ୍ୱାଭାବିକ କଥା। କୋରାପୁଟ କଂଗ୍ରେସକୁ ନେଇ ଅସନ୍ତୋଷ ଜାହିର କରିଥିଲୁ। ଏବେ ଦଳ ପକ୍ଷରୁ ଆଲୋଚନା ପାଇଁ ଡକାଯାଇଥିବା କହିଛନ୍ତି ମୀନାକ୍ଷୀ।

ଭୁବନେଶ୍ୱରରେ ଏକ ହୋଟେଲରେ ଏକ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ. ଚେଲ୍ଲାକୁମାରଙ୍କ ଉପସ୍ଥିତିରେ ଏକ ବୈଠକ ଚାଲିଛି । ଏଥିରେ ତାରା ବାହିନୀପତି, ମୀନାକ୍ଷୀ ବାହିନୀପତି, ପ୍ରଦୀପ ମାଝୀ ଓ କୈଳାସ କୁଲେସିକା ପ୍ରମୁଖ ଉପସ୍ଥିତ ଅଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ନେତାଙ୍କ ମଧ୍ୟରେ ମତାନ୍ତର ଦୂର ପାଇଁ ଉଦ୍ୟମ ଚାଲିଛି । ଜିଲ୍ଲାର ସବୁ ନେତାଙ୍କ ସହ ଡ. ଚେଲ୍ଲାକୁମାର ଆଲୋଚନା କରୁଛନ୍ତି । ତେବେ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ. ଚେଲ୍ଲା କୁମାର କହିଛନ୍ତି, ଦଳରେ ରହିବାକୁ ହେଲେ ନୀତି, ଆଦର୍ଶ ମାନିବାକୁ ପଡ଼ିବ । ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି । ଯେଉଁମାନେ ଦଳ ଛାଡ଼ିବାକୁ ଚାହୁଁଛନ୍ତି ଯାଇପାରନ୍ତି ବୋଲି ଡ. ଚେଲ୍ଲାକୁମାର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.