Below header

ଆମେରିକାରେ ଭୟଙ୍କର ହରିକେନ୍‌ର ପୁନରାବୃତି,ସାଢେ ସାତ ଲକ୍ଷ ଘରକୁ ଆଉ ବିଦ୍ୟୁତ ସଂଯୋଗ ନାହିଁ

କେନ୍ୟୁଜ୍(ବ୍ୟୁରୋ):  ୨୦୦୫ ପରେ ୨୦୨୧। ୧୬ ବର୍ଷ ପରେ ଲୁଇସିଆନ ପ୍ରଦେଶରେ ପୁଣି ଏକ ଭୟଙ୍କର ହରିକେନ୍‌। ୨୦୦୫ରେ କଟ୍ରିନା, ଏବେ ଆଇଡା। ଲୁଇସିଆନା ପ୍ରଦେଶର ନ୍ୟୁ ଅର୍ଲିନ୍‌ସ ସହର ଉପରେ ମାଡ଼ ହୋଇଛି ଆଇଡା। ରବିବାର ନ୍ୟୁ ଅର୍ଲେନ୍‌ସ ଦକ୍ଷିଣ ଉପକୂଳରେ ସ୍ଥଳ ଭାଗ ଅତିକ୍ରମ କରିଥିଲା ହରିକେନ। ନ୍ୟୁ ଅର୍ଲିନ୍‌ସ ସହରର ସାଢେ ସାତ ଲକ୍ଷ ଘରକୁ ଆଉ ବିଦ୍ୟୁତ ସଂଯୋଗ ନାହିଁ। ଅନ୍ଧାର ଭିତରେ ରହିଛି ସହର। କେବଳ ଜେନେରେଟରୁ ଯାହା ବିଜୁଳି ମିଳୁଛି। ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ବିଦ୍ୟୁତ ସରବରାହ ସ୍ୱାଭାବିକ କରିବାକୁ ସପ୍ତାହେ ସମୟ ଲାଗିବ।

ଆଇଡା ଯେତେବେଳେ ସ୍ଥଳଭାଗ ଛୁଇଁଲା ସେତେବେଳେ ପବନର ବେଗ ୨୪୦ କିଲୋମିଟର ପ୍ରତି ଘଣ୍ଟା ରହିଥିଲା। କ୍ୟାଟାଗୋରୀ ୪ର ହରିକେନ ଥିଲା ଆଇଡା। ବହୁ ପୂର୍ବରୁ ହରିକେନକୁ ନେଇ ଜାରି ହୋଇଥିଲା ସତର୍କ ସୂଚନା। ଲକ୍ଷାଧିକ ଲୋକ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ଯେଉଁମାନେ ଯାଇ ପାରିନାହାନ୍ତି ସେମାନଙ୍କୁ ସୁରକ୍ଷତି ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଥିଲେ, ଆଇଡା ଯୋଗୁଁ ଜୀବନ ପ୍ରତି ବିପଦ ରହିଛି। ଅଧିକ କ୍ଷୟକ୍ଷତି ଆଶଙ୍କା କରାଯାଉଛି।

americal

୨୦୦୫ରେ ହରିକେନ୍‌ କଟ୍ରିନା ଲୁଇସିଆନାରେ ବହୁ କ୍ଷୟକ୍ଷତି କରିଥିଲା। ବନ୍ୟା ସୃଷ୍ଟି ହୋଇଥିଲା। କଟ୍ରିନା ଯୋଗୁଁ ୧୮୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। କଟ୍ରିନା ବନ୍ୟାରୁ ରକ୍ଷା କରିବାକୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଥିଲା। ଏବେ ସେହି ଯୋଜନା କେତେ ସଫଳ ହୋଇଛି ଜଣା ପଡିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.