ଯାଜପୁର: ରସିକିଆ ଅଧ୍ୟାପକ ପୁଅଙ୍କୁ ବି ଛାଡିଲେନି ! କଲେଜ ଛାତ୍ରଙ୍କୁ ଯୌନ ନିବେଦନ କରି ଗିରଫ ହେଲେ ଅଧ୍ୟାପକ 

ଯାଜପୁର ଟାଉନ(କେନ୍ୟୁଜ୍): କଲେଜ ଛାତ୍ରଙ୍କୁ ଯୌନ ନିବେଦନ କରି ଗିରଫ ହେଲେ ଅଧ୍ୟାପକ । ଯାଜପୁର ଚିତାଳୋ କଲେଜର ଅଧ୍ୟାପକ ନିରଞ୍ଜନ ପଣ୍ଡାଙ୍କ ବିରୋଧରେ ଖୋଦ କଲେଜ ଛାତ୍ର ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ । ଅଭିଯୋଗ ମୁତାବକ ଅଧ୍ୟାପକ ଜଣକ ବିଭିନ୍ନ ଛାତ୍ରଙ୍କୁ ଫୋନ,ହ୍ୱାଟ୍ସଆପ ମାଧ୍ୟମରେ ପ୍ରେମ ନିବେଦନ କରିବା ସହିତ ନିଜ ରୁମକୁ ଡକାଇଥାନ୍ତି । ତାଙ୍କୁ ପ୍ରେମ କରିବା ସହିତ ରାତିରେ ତାଙ୍କ ରୁମରେ ରହିବା ପାଇଁ ବାଧ୍ୟ କରନ୍ତି । ଅମାନ୍ୟ ହେଲେ ପରିକ୍ଷାରେ ମାର୍କ କମାଇଦେବାର ଧମକ ଦେଇଥାନ୍ତି । ଏପରିକି ଅଧ୍ୟାପକ ଏବଂ ଛାତ୍ରଙ୍କ ମଧ୍ୟରେ ହୋଇଥିବା ଫୋନ ବାର୍ତ୍ତାଳପ ଏବଂ ମୋବାଇଲ ସ୍କ୍ରିନ ସଟ ଏବେ ଭାଇରାଲ ହୋଇଛି ।

snap

ଅଧ୍ୟାପକଙ୍କ ଏଭଳି କାରନାମା ବିରୋଧରେ ଅଭିଯୋଗ କରିବା ପରେ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଆଜି କେତେକ ଛାତ୍ର ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଯାଜପୁର ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଅଧ୍ୟାପକ ନିରଞ୍ଜନଙ୍କୁ ଗିରଫ କରିଛି । ନିରଞ୍ଜନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୯୪,୩୫୪ ବି ,୫୦୬ ରୁଜୁ କରିଛି ପୋଲିସ । ସେପଟେ ଅଭିଯୁକ୍ତ ଅଧ୍ୟାପକ ଜଣକ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.