Below header

IRCTC ହୋଲି ଅଫର : ଟିକଟକ୍ ଭିଡିଓ ବନାଇ ପାଆନ୍ତୁ ସ୍ପେଶାଲ ଗିଫ୍ଟ ପାଇବାର ସୁଯୋଗ

ହୋଲିକୁ ଆଖି ଆଗରେ ରଖି ଭାରତୀୟ ରେଳ କେଟରିଂ ଏବଂ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ଏକ ରୋଚକ ପ୍ରତିଯୋଗିତାକୁ ଘୋଷଣା କରିଛି। ଆଇଆରସିଟିସି ଏହା ପାଇଁ ଲୋକଙ୍କୁ ଆବେଦନ ମଧ୍ୟ ମାଗିଛି, ବିଜେତାକୁ ଏକ ସ୍ପେଶାଲ ଗିଫ୍ଟ ମଧ୍ୟ ଦିଆଯିବ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରତିଯୋଗିତାଙ୍କୁ ଏକ ଭିଡିଓ ବନାଇବାକୁ ହେବ। ଏହା ଏଥିପାଇଁ ମଧ୍ୟ ମଜାଦାର ହେବ କାରଣ ଏଥିରେ ପ୍ରତିଯୋଗୀମାନେ ନିଜର ପସନ୍ଦର ଗୀତକୁ ଗାଇକି ଶୁଣେଇବାକୁ ହେବ।

ଆଇଆରସିଟିସି ଟ୍ବିଟ କରି କହିଛି,‘‘କଣ ଆପଣ ମଧ୍ୟ ନିଜ ପସନ୍ଦର ଗୀତ ଗାଇବାକୁ ଆରମ୍ଭ କରି ଦେଇଛନ୍ତି ? ତେବେ ଆସନ୍ତୁ ନିଜର ପସନ୍ଦର ଗୀତକୁ ଟିକଟକ୍ ଭିଡିଓ ଆପରେ ଗାଇ, ଆଇଆରସିଟିସି ହୋଲି ପ୍ରତିଯୋଗିତାରେ ଲୋକପ୍ରିୟ ହୋଇଯାନ୍ତୁ।’’
ଯଦି ଆପଣ ମଧ୍ୟ ଆଇଆରସିଟିସିର ଭାଗ ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ନିଜର ଟିକ ଟକ୍ ଆକାଉଣ୍ଟରେ ଏମିତି ହିଁ ଭିଡିଓ ବନାଇ ପୋଷ୍ଟ କରିବାକୁ ହେବ।

Holiଯଦି ଆପଣଙ୍କର ଟିକ ଟକ୍ ଆକାଉଣ୍ଟ ନାହିଁ ତେବେ ଆପଣ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଆପ୍ ଷ୍ଟୋରରୁ ତାହାକୁ ଡାଉନଲୋଡ୍ ଫର୍ମାଲିଟୀ ପୂରା କରିବା ପରେ ଆପଣ ଭିଡିଓ ବନାଇ ସେଥିରେ ପୋଷ୍ଟ କରିପାରିବେ।

ସବୁଥର ଭଳି ଏଥର ମଧ୍ୟ ରେଲୱେର ଆଇଆରସିଟିସି ହୋଲି ସ୍ପେଶାଲ ଟ୍ରେନ ଚଲାଇବା ପାଇଁ ଘୋଷଣା କରିଛି। ଏହି ଟ୍ରେନ ଦେଶର ଉତ୍ତର ଦିଗରେ ଚାଲିବ। ରେଲୱେ ଏହି ସମ୍ବଦ୍ଧରେ ଟ୍ବିଟ କରି ଜଣେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.