Tesla Model Y : ପ୍ରଦର୍ଶିତ ହେଲା ଦମଦାର ଇଲେକଟ୍ରୋନିକ ଏସୟୁଭି, ଥରେ ଚାର୍ଜରେ ଚାଲିବ ୪୮୨ କିଲୋମିଟର

ନୂଆଦିଲ୍ଲୀ : ଦୁନିଆରେ ବଢ଼ୁଥିବା ଇଲେକଟ୍ରେନିକ ବାହନର ଚାହିଦାକୁ ନଜରରେ ରଖି ଆମେରିକାର ଇଲେକଟ୍ରୋନିକ ନିର୍ମାତା କମ୍ପାନି ଲଞ୍ଚ କରିଛି ଦମଦାର SUV। ଟେଲସା କମ୍ପାନି ନିଜର ନୂଆ ଇଲେକଟ୍ରୋନିକ୍ସ ଏସୟୁଭି ଉପରୁ ଏବେ ପରଦା ଉଠାଇଛି। କମ୍ପାନି ଏହାର ନାମ Model Y ରଖିଛି। ଏହି ଏସୟୁଭିର ସବୁଠାରୁ ଖାସ କଥା ହେଉଛି ଏହା ସିଙ୍ଗଲ ଚାର୍ଜରେ ୪୮୨ କିଲୋମିଟର ପର‌୍ୟ୍ୟନ୍ତ ଯାତ୍ରା କରିପାରିବ।

Tesla-Model-Y

ଏହି ନୂଆ ଏସୟୁଭିକୁ ଦୁଇଟି ଭିନ୍ନ ଭିନ୍ନ ମଡ଼େଲରେ ଲଞ୍ଚ କରାଯାଇଛି। ଏଥିରେ ଲୋୟର ରେଞ୍ଜ ଏବଂ ହାୟର ରେଞ୍ଜର ମଡେଲ ସାମିଲ କରାଯାଇଛି। ଏହାର ଲୋୟର ରେଞ୍ଜ ମଡ଼େଲ ଥରେ ଚାର୍ଜ କରିବା ମାତ୍ରେ ୩୭୦ କିଲୋମିଟର ଯାତ୍ରା କରିଥିବା ବେଳେ କମ୍ପାନି ଏହାର ମୂଲ୍ୟ ୩୯,୦୦୦ଡଲାର ଅର୍ଥାତ୍ ୨୬,୮୯ ଲକ୍ଷ ଟଙ୍କା ରଖିଛି।

ନିଶ୍ଚିତ ପଢ଼ନ୍ତୁ: ମାତ୍ର କିଛି ସେକେଣ୍ଡରେ ବିକ୍ରି ହୋଇଗଲା ଦୁନିଆର ସବୁଠାରୁ ମହଙ୍ଗା କାର, ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ଅପରପକ୍ଷରେ ଏହାର ହାୟର ରେଞ୍ଜ ମଡ଼େଲର ମୂଲ୍ୟ ୪୭,୦୦୦-୬୦,୦୦୦ ଡଲାର ପର‌୍ୟ୍ୟନ୍ତ ରହିଛି। ଏଥିରେ କମ୍ପାନି ଦମଦାର ବ୍ୟାଟେରୀ ବ୍ୟାକଅପ ରଖିଥିବା ହେତୁ ଏହା ଥରେ ଚାର୍ଜରେ ୪୮୨ କିଲୋମିଟର ପର‌୍ୟ୍ୟନ୍ତ ଯାତ୍ରା କରିପାରିବ। ତେବେ କମ୍ପାନି ଏହି ଏସୟୁଭିର ପ୍ରଦର୍ଶନ କରିଥିବା ବେଳେ ଖୁବ ଶୀଘ୍ର ଏହାକୁ ବଜାରରେ ଲଞ୍ଚ କରିବ ବୋଲି ସୂଚନା ରହିଛି।

tesla-model y

ଟେଲ୍ସାର ଦାବି ରହିଛି, SUV Model Yର ଲଙ୍ଗ ରେଞ୍ଜ ଭର୍ସନର ପଫରର୍ମାନ୍ସ ଖୁବ ଦମଦାର ରହିବ। ଏହି ଗାଡି ମାତ୍ର ୫.୫ ସେକେଣ୍ଡରେ ୧୦୦ କିଲୋମିଟର ପ୍ରତିଘଣ୍ଟାର ବେଗ ଯିବାର କ୍ଷମତା ରହିଛି। ଏହାର ଯପ ସ୍ପିଡ ୨୦୯ କିଲୋମିଟର ପ୍ରତି ଘଣ୍ଟା ରହିଥିବା ବେଳେ ଷ୍ଟାଣ୍ଡାର୍ଡ ଭର୍ସନ ୧୬୪ କିଲୋମିଟର ପ୍ରତିଘଣ୍ଟାର ବେଗ ଧରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.