Below header

ଗ୍ରାଜୁଏଟ୍ ମାନଙ୍କ ପାଇଁ ଖୁସି ଖବର, EPFO ରେ ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ଜାରି

ସରକାରୀ ଚାକିରୀ ଖୋଜୁଥିବା ଯୁବ ପିଢିମାନଙ୍କ ପାଇଁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ସ୍ପେଶାଲ ସିକ୍ୟୁରିଟି ଆସିଷ୍ଟାଣ୍ଟ (SSA) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଛି। ଏହି ପଦବୀରେ ଆବେଦନ ପାଇଁ ବୟସ ସୀମା ୧୮ ରୁ ୨୭ ବର୍ଷ ରହିଛି। ଇଛୁକ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।

ଆବେଦନ ତାରିଖ:

ଆବେଦନ କରିବାର ଆରମ୍ଭ ତାରିଖ-୨୭ ଜୁନ୍ ୨୦୧୯

ଆବେଦନ କରିବାର ଶେଷ ତାରିଖ-୨୧ ଜୁଲାଇ ୨୦୧୯

ଅନଲାଇନରେ ପରୀକ୍ଷା ଆରମ୍ଭ ତାରିଖ-୩୧ ଅଗଷ୍ଟ ଏବଂ ୦୧ ସେପ୍ଟେମ୍ବର ୨୦୧୯

EPFOଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀମାନେ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟରୁ କୌଣସି ଭି ବିଭାଗରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବେ। ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଅଧିକ ସୂଚନା ପାଇଁ ଅନଲାଇନରେ ଚେକ୍ କରିପାରିବେ।

ଆବେଦନ ପ୍ରକ୍ରିୟା:

ଇଛୁକ ପ୍ରାର୍ଥୀମାନେ EPFO ର ଅଧିକାରୀକ ୱେବସାଇଟ www.epfindia.gov.in ମାଧ୍ୟମରେ ୨୭.୦୬.୨୦୧୯ ରୁ ୨୧.୦୭.୨୦୧୯ ତାରିଖ ମଧ୍ୟରେ ଅନଲାଇନ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.