Below header

ଟିଭି ସାମ୍ବାଦିକଙ୍କ ସମେତ ପୁରା ପରିବାରର ମୃତଦେହ ଉଦ୍ଧାର, ଫ୍ରିଜ୍ ଗ୍ୟାସ୍ ଲିକ୍ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ

ଚେନ୍ନାଇ : ତାମିଲନାଡୁରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଗୁରୁବାର ଚେନ୍ନାଇରେ ଜଣେ ଟିଭି ସାମ୍ବାଦିକଙ୍କ ସମେତ ତାଙ୍କ ପତ୍ନୀ ଏବଂ ମା’ଙ୍କ ମୃତଦେହ ନିଜ ଘରୁ ମିଳିଛି । ଫ୍ରିଜ୍ ଗ୍ୟାସ୍ ଲିକ୍ ହେବା ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ପଡୋଶୀଙ୍କ ମୁତାବକ ସେ ସକାଳେ ମୃତକଙ୍କ ଘର କବାଟ ବାଡେଇ ଥିଲେ କିନ୍ତୁ ଏକ ତାମିଲ ଚ୍ୟାନେଲରେ କାମ କରୁଥିବା ପ୍ରସନ୍ନ (୩୫), ପତ୍ନୀ ଅର୍ଚ୍ଚନା(୩୦) ଏବଂ ମା ରେବତୀ କୌଣସି ଉତ୍ତର ଦେଇନଥିଲେ । ଏହାପରେ ସେ ପୋଲିସ୍ କୁ ଖବର ଦେଇଥିଲେ ।

deadପୋଲିସ୍ ପହଁଚିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ସର୍ଟ ସର୍କିଟ କାରଣରୁ ଫ୍ରିଜ୍ ଫାଟି ଯିବା ଫଳରେ ସେଥିରୁ ଗ୍ୟାସ୍ ଲିକ୍ ହୋଇ ଏପରି ଅଘଟଣ ଘଟିଥିବା ପୋଲିସ୍ ସନ୍ଦେହ କରୁଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ନିଆଁ ବ୍ୟାପିଯିବା କାରଣରୁ ସେମାନେ ବହାରକୁ ବାହାରି ପାରିନଥିବେ ଏବଂ ବେହୋସ୍ ହୋଇଯାଇଥିବେ, ଫଳରେ ତାଙ୍କର ମୃତ୍ୟୁ ହୋଇ ଥାଇପାରେ । ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.