Below header

ମ୍ୟୁଚୁଆଲ ଫଣ୍ଡ ଉପରେ ପଡ଼ିଲା କରୋନା ପ୍ରଭାବ, ଚିନ୍ତାରେ ନିବେଶକାରୀ

ମ୍ୟୁଚୁଆଲ ଫଣ୍ଡ ଉପରେ କରୋନା ପ୍ରଭାବ। ଫ୍ରାଙ୍କଲିନ ଟେମ୍ପଲେଟନ ମ୍ୟୁଚୁଆଲ ଫଣ୍ଡ ନିଜର ୬ଟି ସ୍କିମ୍‌ ବନ୍ଦ କରିବା ପରେ ନିବେଶକାରୀଙ୍କ ମଧ୍ୟରେ ଛନକା ପଶିଛି। ତେବେ ନିବେଶକାରୀ ଏଥିରେ ବିବ୍ରତ ନହେବାକୁ ମ୍ୟୁଚୁଆଲ ଫଣ୍ଡ ଇଣ୍ଡଷ୍ଟ୍ରି ନିୟନ୍ତ୍ରଣ ଆମ୍ଫି ପରାମର୍ଶ ଦେଉଛି।

୨୦୨୦ ମାର୍ଚ୍ଚ ୨୦ତାରିଖ ସୁଦ୍ଧା ଏହି ସ୍କିମଗୁଡ଼ିକ ମ୍ୟୁଚୁଆଲ ଫଣ୍ଡ ଇଣ୍ଡଷ୍ଟ୍ରିର ହାରାହାରି ୧.୪ ପ୍ରତିଶତ ଅଂଶ ରଖିଥିବା କୁହାଯାଇଛି। କୌଣସି ଦ୍ୱନ୍ଦ୍ୱ ଉପୁଜିଲେ ନିବେଶକାରୀମାନେ ସେମାନଙ୍କ ଆର୍ଥିକ ପରାମର୍ଶଦାତାଙ୍କ ସହଯୋଗ ଲୋଡ଼ିବା ସହ ନିବେଶରେ ମନୋନିବେଶ କରିବାକୁ ଆସୋସିଏସନ ଅଫ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.