Below header

OPTCL ରେ ଖାଲପଡିଛି ୩୩୩ ପଦବୀ, ତୁରନ୍ତ କରନ୍ତୁ ଆବେଦନ

୧୦ମ ପାସ୍‌ କରିଥିଲେ ଓଡିଶାରେ ଚାକିରି ସୁଯୋଗ । OPTCL ରେ ଅଫିସ ଆସିଷ୍ଟାଣ୍ଟ, ଜୁନିଅର ମ୍ୟାନେଜମେଣ୍ଟ ଟ୍ରେନି ସମେତ ୩୩୩ ପଦବୀ ଖାଲି ପଡିଛି। ୨୮ଫେବୃଆରୀ ପୂର୍ବରୁ କରନ୍ତୁ ଆବେଦନ ।

ଯୁବପିଢିଙ୍କ ପାଇଁ ଖୁସି ଖବର । ଓଡିଶା ପାଓ୍ଵର ଟାନ୍ସମିଶନ କର୍ପୋରେସନ ଲିମିଟେଡ୍‌(OPTCL) ରେ ୨୦୨୩ ଭର୍ତ୍ତି ପାଇଁ ନୋଟିସ ଜାରି ହୋଇଛି । ଓପିଟିସିଏଲରେ ଜୁନିଅର ମ୍ୟାନେଜମେଣ୍ଟ ଟ୍ରେନି, ଅଫିସ ଆସିଷ୍ଟାଣ୍ଟ ଗ୍ରେଡ III ସମେତ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଏଠାରେ ୩୩୩ ପଦବୀ ଖାଲି ପଡଛି। ଇଚ୍ଛୁକ ପ୍ରାର୍ଥୀ OPTCL ର ୱେବସାଇଟ୍‌ optcl.co.in କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୮ ଫେବୃଆରୀ ୨୦୨୩ ରହିଛି ।

ପଦବୀ ବିବରଣୀ ; ୩୩୩

ଜୁନିଅର ମ୍ୟାନେଜମେଣ୍ଟ ଟ୍ରେନି : ୭୦

ଅଫିସ ଆସିଷ୍ଟାଣ୍ଟ III ଟ୍ରେନି : ୫୩

ଷ୍ଟେନୋଗ୍ରାଫର ଗ୍ରେଡ III ଟ୍ରେନି : ୧୦

ଜୁନିଅର ମେଣ୍ଟେନାନ୍ସ ଆଣ୍ଡ ଅପରେଟର ଟ୍ରେନି : ୨୦୦

ଶିକ୍ଷାଗତ ଯୋଗ୍ୟତା : ଓପିଟିସିଏଲ ଭର୍ତ୍ତି ୨୦୨୩ ଅଧିନରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ସର୍ବନିମ୍ନ ୧୦ମ ପାସ୍‌ କରିଥିବା ସହିତ ଓଡିଆ ଭାଷା ପଢିଥିବା ଜରୁରୀ । ଏଥିପାଇଁ ପ୍ରାର୍ଥୀ ନୋଟିଫିକେସନ ଚେକ୍‌ କରିପାରିବେ।

ବୟସ ସୀମା : OPTCL ଭର୍ତ୍ତି ପାଇଁ ୨୦୨୩ ଅଧିନରେ ବିଭିନ୍ନ ପଦବୀରେ ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ହେବା ଜରୁରୀ। ଅଧିକତମ ବୟସ ୩୬ ବର୍ଷ ନିର୍ଦ୍ଧାରିତ କରାଯାଇଛି ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ଆଧାରିତ ଟେଷ୍ଟ ଏବଂ ଇଣ୍ଟରଭ୍ୟୁ ଆଧାରରେ ହେବ ।

ଜରୁରୀ ଡକ୍ୟୁମେଣ୍ଟ : ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍‌ କାର୍ଡ, ଜାତି ପ୍ରମାଣ ପତ୍ର, ରେସିଡେନ୍ସ ସାର୍ଟିଫିକେଟ, ଜନ୍ମ ପ୍ରମାଣ ପତ୍ର ।

କେମିତି କରିବେ ଆବେଦନ :

OPTCL ର ଅଫିସିଆଲ ୱେବସାଇଟ୍‌ optcl.co.in କୁ ଯାଆନ୍ତୁ ।

ହୋମ ପେଜରେ କ୍ୟାରିଅର ଅପସନ ଚୟନ କରିବା ପରେ ଓପନିଂ ସେକ୍ସନକୁ ଯାଆନ୍ତୁ ।

ଏହାପରେ ଆପ୍ଲାଏ ଅନଲାଇନ କ୍ଲିକ କରି ରେଜିଷ୍ଟ୍ରେସନ ପ୍ରକ୍ରିୟା ପୂରଣ କରନ୍ତୁ ।

ଅନଲାଇନ ଆବେଦନ କରିବା ପରେ ରେଜିଷ୍ଟ୍ରେସନ କରି ଲଗଇନ ଆଇଡି ଏବଂ ପାସଓ୍ଵାର୍ଡ ମିଳିବ ।

ତା’ ପରେ ଆବେଦନ ଶୁଳ୍କ ଜମା କରନ୍ତୁ । ତା’ ପରେ ଆବେଦନ ଫର୍ମ ପୂରଣ କରନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.optcl.co.in/Currentopening.aspx

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.