Below header

ମାଗଣା ତୀର୍ଥଯାତ୍ରା ସହ ୨ ଗୁଣ ପେନସନ୍ ବଢ଼ାଇଲେ ରାଜ୍ୟ ସରକାର

ରାଜ୍ୟ ସରକାର ଆଣିଛନ୍ତି ଦୀପାବଳି ଉପହାର । ବିଭିନ୍ନ ସ୍ଥାନକୁ ମାଗଣା ତୀର୍ଥଯାତ୍ରା ସହିତ ପେନସନ ରାଶିରେ ଦୁଇ ଗୁଣ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟ ସରକାର ଆଣିଛନ୍ତି ଦୀପାବଳି ଉପହାର । ବିଭିନ୍ନ ସ୍ଥାନକୁ ମାଗଣା ତୀର୍ଥଯାତ୍ରା ସହିତ ପେନସନ ରାଶିରେ ଦୁଇ ଗୁଣ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ବୟସ୍କ ନାଗରିକଙ୍କ ସମେତ ରାଜ୍ୟର ପୂର୍ବ ସୈନିକ ଅଥବା ସେନାଙ୍କ ବିଧବା ପତ୍ନୀଙ୍କ ପାଇଁ ପେନସନ ରାଶି ମଧ୍ୟ ବୃଦ୍ଧି କରାଯାଇଛି । ଏହାବ୍ୟତୀତ ବ୍ୟବସାୟୀମାନଙ୍କୁ ମଧ୍ୟ ଦୀପାବଳିର ଉପହାର ଦେଇଛନ୍ତି ରାଜ୍ୟ ସରକାର ।

ପଞ୍ଜାବ ସରକାର ନିଜ ରାଜ୍ୟ ବାସୀଙ୍କ ପାଇଁ ଏଭଳି ନିଷ୍ପତି ନେଇଛନ୍ତି । ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନୂଆ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଅର୍ଥମନ୍ତ୍ରୀ ହରପାଲ ଚୀମା
ସୂଚନା ଜାରି କରିଛନ୍ତି । ଚଳିତଥର ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଏହି ତୀର୍ଥ ଯାତ୍ରା ସ୍କିମ ଆରମ୍ଭ କରିଛନ୍ତି । ବୟସ୍କ ବ୍ୟକ୍ତିଙ୍କୁ ବିଭିନ୍ନ ଧାର୍ମିକ ସ୍ଥାନକୁ ମାଗଣାରେ ଯାତ୍ରା କରିବାର ଦାୟିତ୍ୱ ନେବେ ରାଜ୍ୟ ସରକାର । ଏଥିପାଇଁ ୪୦ କୋଟି ଟଙ୍କାର ଯୋଜନା ମଞ୍ଜୁର କରାଯାଇଛି ।

ଏହାବାଦ ପଞ୍ଜାବର ପୂର୍ବ ସୈନିକଙ୍କ ବିଧବା ପତ୍ନୀଙ୍କୁ ଏଥର ଅଧିକ ପେନସନ୍ ମିଳିବ। ପୂର୍ବ ରାଶି ଅପେକ୍ଷା ଦୁଇ ଗୁଣ ବୃଦ୍ଧି କରାଯାଇ ୨୦ ହଜାର ଟଙ୍କା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଯୁଦ୍ଧରେ ୭୬-୧୦୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବା ପୂର୍ବ ସୈନିକଙ୍କୁ ରାଶି ୨୦ ଲକ୍ଷରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ସେହିପରି ୫୧-୭୫ ପ୍ରତିଶତ ଦିବ୍ୟାଙ୍ଗ ସୈନିକଙ୍କ ପେନସନ୍ ରାଶି ୧୦ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇଁ ୨୦ ଲକ୍ଷ କରାଯାଇଥିବା ବେଳେ ୨୫-୫୦ ପ୍ରତିଶତ ଦିବ୍ୟାଙ୍ଗଙ୍କ ପେନସନ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ବଢ଼ାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.