ଟ୍ରଲି ବ୍ୟାଗ ଅର୍ଡର କରିଥିଲେ, ହେଲେ ପାଇଲେ ଇଟା ଓ ଚିରା ଗଦି ପାର୍ସଲ

ପୁରୀରେ ଦି ଓରିଏଣ୍ଟାଲ ଇନସୁରାନ୍ସ ଅଧିକାରୀଙ୍କ ଜାତୀୟ ସମ୍ମିଳନୀ ହୋଇଥିଲା। ଏଥିରେ ଯୋଗଦେବାକୁ ଆସିଥିବା ଅତିଥିଙ୍କ ପାଇଁ କମ୍ପାନୀ ପକ୍ଷରୁ ଗତ ୧ ତାରିଖରେ ଅନଲାଇନ୍ ଯୋଗେ ଗିଫ୍ଟ ଭାବେ ଟ୍ରଲି ଅର୍ଡର କରାଯାଇଥିଲା। ହେଲେ ପାଇଲେ ଇଟା ଓ ଚିରା ଗଦି ପାର୍ସଲ।

ଅନଲାଇନ ଠକେଇର କେବେ ଶିକାର ହୋଇଛନ୍ତି ? ଯଦି ହୋଇଥାନ୍ତି ତେବେ ନିହାତି ଭାବେ ଆପଣ ଆଉ ସେଇ ସାଇଡରୁ ଜିନିଷ କିଣିବାକୁ ପସନ୍ଦ କରିବେନି ।କାରଣ ସାଇଡ ଉପରେ ଆଉ ଭରସା ନଥିବ। ଏମିତି ଅନେକ ଲୋକ ଅନଲାଇନ ଠକେଇର ଶିକାର ହେଉଛନ୍ତି ସତ । କିନ୍ତୁ ଯେଉଁମାନେ ଭରସାଯୋଗ୍ୟ ନୁହେଁ ସେମାନଙ୍କଠୁ ସିନା କିଣିକି ଠକିଗଲେ କଥା ଟା ବୁଝାପଡିବ ଯଦି ଟ୍ରଷ୍ଟେଡ଼ ସାଇଡ ରୁ କିଣିଲା ପରେ ଠକାମୀ ର ଶିକାର ହୁଅନ୍ତି ତାହେଲେ ଲୋକ ଭରସା କରିବେ ତ କାହା ଉପରେ ? ଆମେ କହୁଛୁ ଆମଜନ ଇ ପ୍ଲାଟ୍ଫର୍ମ କଥା। ଏଠି ଗୋଟେ କମ୍ପନୀ ନିଜ ଅତିଥିଙ୍କୁ ଗିଫ୍ଟ ଦେବା ପାଇଁ ଅନଲାଇନ ରେ ଟ୍ରଲି ବ୍ୟାଗ ଅର୍ଡର କରିଥିଲେ।କିନ୍ତୁ ପହଁଚିଲା ପରେ ଦେଖିଲାବେଳକୁ ପାର୍ସଲରେ ଇଟା ଭର୍ତ୍ତି ହୋଇଛି।

ଏ ଘଟଣା ଟି ଗତ କାଲି ପୁରୀ ସହରରେ ଘଟିଛି।  ପୁରୀ ରେ ଥିବା ଏକ କମ୍ପନିରୁ ଅନଲାଇନ୍ ଠକେଇ ଅଭିଯୋଗ ଆସିଛି। ଦି ଓରିଏଣ୍ଟାଲ ଇନସୁରାନ୍ସ ନାମକ କମ୍ପାନୀ ଏହି ଠକେଇ ର ଶିକାର ହୋଇଛି। ପୁରୀରେ ଦି ଓରିଏଣ୍ଟାଲ ଇନସୁରାନ୍ସ ଅଧିକାରୀଙ୍କ ଜାତୀୟ ସମ୍ମିଳନୀ ହୋଇଥିଲା। ଏଥିରେ ଯୋଗଦେବାକୁ ଆସିଥିବା ଅତିଥିଙ୍କ ପାଇଁ କମ୍ପାନୀ ପକ୍ଷରୁ ଗତ ୧ ତାରିଖରେ ଅନଲାଇନ୍ ଯୋଗେ ଗିଫ୍ଟ ଭାବେ ଟ୍ରଲି ଅର୍ଡର କରାଯାଇଥିଲା। ଆମଜନ ଯୋଗେ ଗୋଟିଏ ବ୍ୟାଗ ପିଛା ୨୧୯୯ ଟଙ୍କା ହିସାବରେ ଅନଲାଇନରେ ଦୁଇଟି ଟ୍ରଲି ବ୍ୟାଗ୍ ମଗାଇଥିଲେ। କିନ୍ତୁ ପ୍ୟାକେଟ ଖୋଲିବା ସମୟରେ ସେଥିରୁ ଇଟା ଓ ଚିରା ଗଦି ବାହାରିଥିବା ଦେଖିବାକୁ ମିଳିଛି। ଆମାଜନ୍ ପକ୍ଷରୁ ଆସିଥିବା ଏହି ପ୍ୟାକେଟ ଖୋଲିଲା ବେଳକୁ ଗୋଟିଏ ଟ୍ରଲି ବ୍ୟାଗ ଠିକ୍ ଥିବା ବେଳେ ଆଉ ଗୋଟିଏ ଟ୍ରଲି ବ୍ୟାଗରୁ ଭଙ୍ଗା ଇଟା, ଚିରା ଗଦି ବାହାରିଥିଲା।

ଏବେ ପ୍ରଶ୍ନ ଉଠୁଛି ଯଦି ଏଭଳି ଇ – କମର୍ସ ପ୍ଲାଟ୍ଫର୍ମ ଯାହାର ଗ୍ରାହକ ଅନେକ ଅଛନ୍ତି , ଯାହାକୁ ଅନେକ ଭରସା କରି ଜିନିଷ ଅର୍ଡର କରୁଛନ୍ତି ସେ ଯଦି ଏଭଳି ଠକିବ ତେବେ ଗ୍ରାହକ ମାନେ କାହିଁକି ବିଶ୍ୱାସ କରିବେ। ଏମିତିରେ ତ କେହି ବି ଆମଜନ ସାଇଡରୁ ଜିନିଷ କିଣିବାକୁ ପସନ୍ଦ କରିବେନି । ବିଶ୍ୱାସ ହରାଇଲା ପରେ ଏମିତି ସାଇଡରେ କେହି ବି ଟଙ୍କା ଦେବେନି।ଆପଣ ବି ଅନଲାଇନ ଜିନିଷ କିଣୁଥିଲେ କେବଳ ଆମଜାନ ନୁହେଁ ସବୁ ସାଇଡରୁ ଠିକ ଭାବେ ଦେଖି କିଣନ୍ତୁ। ନହେଲେ ଏମିତି ପ୍ରତିଦିନ କେହି ନ କେହି ଠକାମୀ ରେ ପଡ଼ୁଥିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.