ବିଧବା ମହିଳା ବିବାହ ପାଇଁ ମନା କରିବାରୁ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ

ବିନୟ ଏକ ବିଧବା ମହିଳାଙ୍କୁ ପ୍ରେମ କରୁଥିଲେ । ସେ ଦୁହେଁ ବିବାହର ଯୋଜନା କରୁଥିଲେ । କିଛି କାରଣ ପାଇଁ ମହିଳା ତାଙ୍କୁ ବିବାହ ପାଇଁ ମନା କରିଦେଇଥିଲେ । ଯେଉଁ କାରଣରୁ ଯୁବକ ଜଣକ ଭାଙ୍ଗି ପଡିଥିଲେ । ଯାହାପରେ ସେ ନିଜକୁ ନିଆଁ ଲଗାଇଦେଇଥିଲେ ।

ପ୍ରେମିକା ବିବାହ କରିବାକୁ ମନା କରିବାରୁ ଯୁବକ ଜଣକ ନିଜ ଦେହରେ ଲଗାଇଲେ ନିଆଁ । ପ୍ରେମରେ ପାଗଳ ହୋଇ ନିଜର କରିବାକୁ ବସିଲେ କିନ୍ତୁ ପ୍ରେମିକା ମନା କରିବାରୁ ଜୀବନ ହରିଦେଲା ପ୍ରେମିକ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ମୁଜଫରନଗରରେ। ଶାମଲୀର ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ବିନୟ ନାମକ ଜଣେ ୨୮ ବର୍ଷୀୟ ଯୁବକ ମହିଳା ପୋଲିସ ଥାନା ବାହାରେ ନିଜ ଦେହରେ ନିଆଁ ଲଗାଇଦେଇଛି । ଏମିତିରେ ତାଙ୍କର ୮୦ ପ୍ରତିଶତ ଶରୀର ଜଳିଯାଇଛି। ଅଧିକାରୀ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ସେ କହିଛନ୍ତି ଯେ, ବିନୟ ଏକ ବିଧବା ମହିଳାଙ୍କୁ ପ୍ରେମ କରୁଥିଲେ । ସେ ଦୁହେଁ ବିବାହର ଯୋଜନା କରୁଥିଲେ । କିଛି କାରଣ ପାଇଁ ମହିଳା ତାଙ୍କୁ ବିବାହ ପାଇଁ ମନା କରିଦେଇଥିଲେ । ଯେଉଁ କାରଣରୁ ଯୁବକ ଜଣକ ଭାଙ୍ଗି ପଡିଥିଲେ । ଯାହାପରେ ସେ ନିଜକୁ ନିଆଁ ଲଗାଇଦେଇଥିଲେ । ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.