Below header

ଆସାମରେ ପେଟ୍ରୋଲ ୬ ଏବଂ ଡିଜେଲ ପାଞ୍ଚ ଟଙ୍କା ହେଲା ମହଙ୍ଗା, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ

କରୋନା ଭାଇରସ ସଙ୍କଟ କାରଣରୁ ତେଲ ଉତ୍ପାଦନରେ ଅଭାବ ଆସିଲାଣି। ତେଲର ସବୁ ଭଣ୍ଡାରର ସୁବିଧା ମଧ୍ୟ ନିଜର ପୂର୍ଣ୍ଣ କ୍ଷମତା ଉପରେ ପହଞ୍ଚି ସରିଛି। ଭାରତରେ ଲକଡାଉନ କାରଣରୁ ପେଟ୍ରୋଲ-ଡିଜେଲ ଦାମରେ ପରିବର୍ତ୍ତନ ହୋଇନାହିଁ। କେବଳ ଆସାମରେ ପେଟ୍ରୋଲ ଛଅ ଏବଂ ଡିଜେଲ ପାଞ୍ଚ ଟଙ୍କା ପ୍ରତି ଲିଟର ମହଙ୍ଗା ହୋଇଛି।

ଆଉଓସିଏଲର ୱେବସାଇଟ ଅନୁଯାୟୀ ଆଜି ଦିଲ୍ଲୀ, କୋଲକତା, ମୁମ୍ବାଇ ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲର ଦାମ କ୍ରମଶଃ ୬୯.୫୯, ୭୩.୩୦, ୭୬.୩୧ ଏବଂ ୭୨.୨୮ ଟଙ୍କା ରହିଛି। ସେହିପରି ଡିଜେଲ ବିଷୟରେ କହିବା ତ ଦିଲ୍ଲୀ, କୋଲକାତା ମୁମ୍ବାଇ ଏବଂ ଚେନ୍ନାଇରେ ଏହାର ଦାମ କ୍ରମଶଃ ୬୨.୨୯, ୬୫.୬୨, ୬୬.୨୧ ଏବଂ ୬୫.୭୧ ଟଙ୍କା ରହିଛି।

ଆସାମରେ ପେଟ୍ରୋଲ ଏବଂ ଡିଜେଲ ଉପରେ ସରକାର ଭାଟ ବଢାଇଦେଇଛନ୍ତି। ଯାହା ପରେ ସେଠାରେ ଦାମ ବହୁତ ମହଙ୍ଗା ହୋଇଯାଇଛି। ଆସାମରେ ପେଟ୍ରୋଲର ଦାମ ୫.୮୫ ଟଙ୍କା ଏବଂ ଡିଜେଲ ୫.୪୩ ଟଙ୍କା ଲିଟର ବୃଦ୍ଧି ପାଇଛି।

ସେହିପରି ଲକଡାଉନରେ ଏପ୍ରିଲ ପୂର୍ବରୁ ୨୦ ଦିନରେ ରନ୍ଧନ ଗ୍ୟାସର ଭାଉ ପ୍ରାୟ ୨୦ ପ୍ରତିଶତ ବଢି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.