ପାଣିପାଗ : ଉତ୍ତର ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟର ଉତ୍ତର ଉପକୂଳ ଅଞ୍ଚଳ ସମେତ ପଶ୍ଚିମ ଓଡ଼ିଶାରେ ଆଜି କାଳବୈଶାଖୀର ସମ୍ଭାବନା ରହିଛି । ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜ ସମେତ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସୋନପୁର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଏ ସମ୍ପର୍କରେ ପାଣିପାଗ ବିଭାଗ ସୂଚନା ଦେଇଛି ।
ଗତକାଲି ଫୁଲବାଣୀରେ ସର୍ବାଧିକ ୬୩.୨ ମିଲିମିଟର ଏବଂ ଚାନ୍ଦବାଲିରେ ୬୧.୯ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଥିଲା । ସେହିପରି ବାଲେଶ୍ୱର, କେନ୍ଦୁଝର, ନୟାଗଡ଼ା ଆଦି ଜିଲ୍ଲାରେ ମଧ୍ୟ ଅଧିକ ବର୍ଷା ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.