Piaggio ନୂଆ ଇ-ସ୍କୁଟର: ବିନା ଚାବିରେ ହେବ ଷ୍ଟାର୍ଟ, ସିଙ୍ଗଲ ଚାର୍ଜରେ ଚାଲିବ ୯୦ କିମି

Piaggio group ନିଜର ନୂଆ ଇ-ସ୍କୁଟର Piaggio One ର ପ୍ରଥମ ଝଲକ ସମସ୍ତଙ୍କ ସାମ୍ନାକୁ ଆଣିଛି। କମ୍ପାନୀ ଏହାକୁ ଭେସ୍ପା ଭଳି ସହରାଞ୍ଚଳ ଏବଂ ଯୁବପିଢିଙ୍କ ପସନ୍ଦ ଭାବେ ଡିଜାଇନ କରିଛି। ଏହା ଓଜନରେ ବହୁତ ହାଲକା ଏବଂ ଚଲାଇବାରେ ବେଶ ସହଜ। କମ୍ପାନୀର ଏହି ସ୍କୁଟର ସଂପୂର୍ଣ୍ଣ ଭାବେ ଇଲେକ୍ଟ୍ରିକ।
କମ୍ପାନୀର ଏହିସ୍କୁଟର ବିନା ଚାବିରେ ଷ୍ଟାର୍ଟ ହେବ। ଅର୍ଥାତ୍ ଏଥିରେ ରିମୋଟ ଷ୍ଟାର୍ଟ ସିଷ୍ଟମ ରହିଛି। ଏହାର ବିଲ୍ଟ କ୍ବାଲିଟି Piaggioର ଅନ୍ଯ ସ୍କୁଟର ଭଳି ଉଚ୍ଚ ଗୁଣବତ୍ତାର ରହିଛି। ରାସ୍ତାରେ ଯିବା ସମୟରେ ଏହା ବହୁତ କମ୍ ଶବ୍ଦ ମଧ୍ୟ କରିଥାଏ।
କମ୍ପାନୀ ଏହି ନୂଆ ସ୍କୁଟରରେ ତଳକୁ ସିଟ୍ ରଖିଛି। ଫଳରେ ଲମ୍ବା କମ୍ ଥିବା ବ୍ଯକ୍ତି ଆରାମରେ ଗାଡି ଚଲାଇପାରିବେ। ଏହି ଇ- ସ୍କୁଟରରେ ଫ୍ଲାଟ ଫୁଟରେଷ୍ଟ ମଧ୍ୟ ରହିଛି। ଯାହା ଆରାମଦାୟକ ଯାତ୍ରା ଦେବ।
କମ୍ପାନୀ ଏହି ନୂଆ ଇ-ସ୍କୁଟରରେ ପୋଟେର୍ବଲ ଲିଥିୟମ ଆୟନ ବ୍ଯାଟେରୀ ଦେଇଛି। ଏହାକୁ ଆପଣ ଘରେ କିମ୍ବା ଅଫିସରେ ଆରାମରେ ଚାଜର୍ କରିପାରିବେ। କମ୍ପାନୀ ୱେବସାଇଟ ମୁତାବକ, ସ୍କୁଟର ସିଙ୍ଗଲ ଚାର୍ଜରେ ୯୦ କିମି ଯାତ୍ରା କରିପାରିବ। ଏପର୍ଯ୍ଯନ୍ତ ଗାଡିର ଦାମ କେତେ ରହିବ, ତାହା ଜଣାପଡିନାହିଁ।