Below header

ମସ୍ତାନୀ ହୋଇ ମୁମ୍ବାଇ ରାସ୍ତାରେ ବୁଲୁଥିବାର ନଜର ଆସିଥିଲେ ରାକ୍ଷୀ ସାୱନ୍ତ ,କହିଲେ ସ୍ୱାମୀ ରିତିଶଙ୍କ ସହ ଆଉ କେବେ ଦେଖା ହେବନାହିଁ  

ରିଆଲିଟି ସୋ  ‘ବିଗ ବସ 14ରେ’ ଯୋଗ ଦେଇଥିବା ଅଭିନେତ୍ରୀ ରାକ୍ଷୀ ସାୱନ୍ତ ସର୍ବଦା ଏପରି କିଛି କରିଥାନ୍ତି ଯାହାକି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ।  ଯେତେବେଳେ ଡ୍ରାମା କ୍ୱିନ୍ ରାକ୍ଷୀ ‘ବିଗ୍ ବସ୍’ରେ ଭାଗ ନେଇଥିଲେ, ସେତେବେଳେ ସେ ତାଙ୍କ ସ୍ୱାମୀ ରିତିଶଙ୍କ ବିଷୟରେ  ଅନେକ ଥର ଉଲ୍ଲେଖ କରିଥିଲେ । ଏବେ କିନ୍ତୁ  ତାଙ୍କୁ ମୁମ୍ବାଇର ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି, ସେ ଏହା କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ  ସହ ଦେଖାହେବା ପାଇଁ  ଆଉ କୌଣସି ଆଶା ନାହିଁ ।

ରାକ୍ଷୀ ସାୱନ୍ତ ଫିଲ୍ମ ”ବାଜିରାଓ ମସ୍ତାନୀ” ର ମସ୍ତାନୀ ଲୁକରେ ନଜର ଆସିଛନ୍ତି। ଏବଂ ସେ କହିଛନ୍ତି ଯେ ସେ ବାଜିରାଓଙ୍କୁ ଖୋଜୁଛନ୍ତି। ତାଙ୍କୁ ଗୋଟିଏ ସୁଯୋଗ ମିଳିଥିଲା ରିତେଶଙ୍କୁ ଭେଟିବା ପାଇଁ  ​​କିନ୍ତୁ ତାହା ମଧ୍ୟ ହୋଇପାରିଲା ନାହିଁ ବୋଲି  ଭିଡିଓରେ ରାକ୍ଷୀ କହିଛନ୍ତି। ନା ଭ୍ୟାକ୍ସିନ୍ ମିଳୁଛି ନା ଡ୍ରେସ୍ ଦୋକାନ ଖାଲା ଅଛି । ତେଣୁ ସେ ବୁଲୁଛନ୍ତି ବୋଲି କହିଛନ୍ତି  । ମୁମ୍ବାଇରେ ବର୍ତ୍ତମାନ  ଲାକଡାଉନା  ବୋଲି ” ମୁଁ ବହୁତ ଚିନ୍ତିତ। ତେଣୁ ଆଜି ମୁଁ ବହୁତ ଦୁଃଖିତ  ଅଛି । ”

 

View this post on Instagram

 

A post shared by ETimes TV (@etimes_tv)

ଏହା ପରେ ସେ  କହିଛନ୍ତି ”ମୁଁ ଖତ୍ରୋଁ କେ ଖିଲାଡି” ରେ ଯାଇ ପାରିଲି ନାହିଁ, କି ମୁଁ ବିବାହିତ ହୋଇ ମୋ  ସ୍ୱାମୀ ମୋତେ ଭେଟୁ ନାହାଁନ୍ତି । ମୋତେ ଗୋଟିଏ ସୋ ”ନଚ୍ ବଲିୟେ” ମିଳିଥିଲା  ଯାହା ମଧ୍ୟ ବନ୍ଦ ହେବାର ସୂଚନା  ଆସିଛି ।  ମୋର ସ୍ୱାମୀଙ୍କୁ ନଚ ବଲିୟେ ରେ ଭେଟିବାର ଏକ ସୁଯୋଗ ମିଳିଥିଲା ଯାହା ବନ୍ଦ ହୋଇଗଲା, ବର୍ତ୍ତମାନ ମୁଁ ମୋ ସ୍ୱାମୀଙ୍କୁ କେବେବି ଭେଟି ପାରିବି ନାହିଁ ।  ଆପଣ ମୋତେ ମୀରା କୁହନ୍ତୁ କିମ୍ବା ମସ୍ତାନୀ , ମୁଁ ମୋର ବାଜିରାଓ ଖୋଜୁଛି ବୋଲି ରାକ୍ଷୀ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.