ପୁଣି ସାହାଯ୍ଯର ହାତ ବଢାଇଲା କିସ୍ ଫାଉଣ୍ଡେସନ, ଗୋଆ ରୁ ମାଲକାନଗିରି ଫେରିଲେ ଓଡ଼ିଆ ଗର୍ଭବତୀ ପ୍ରବାସୀ

ମାଲକାନଗିରି: ପୁଣି ସାହାଯ୍ଯର ହାତ ବଢାଇଲା କିସ ଫାଉଣ୍ଡେସନ। ପୁଣି ଅସହାୟ ମୁହଁକୁ ହସ ଫେରାଇଲା । ଦର୍ଶକବନ୍ଧୁ ଆପଣ ସଭିଏଁ ଜାଣନ୍ତି କି, କିସ ଫାଉଣ୍ଡେସନ ସବୁବେଳେ ଅସହାୟ ଆଉ ଗରିବ ଆଦିବାସୀଙ୍କ ସାଥିରେ ରହି ଆସିଛି। ପ୍ରତି ମୁହୂର୍ତ୍ତରେ ସେମାନଙ୍କ ପଛରେ ଠିଆହୋଇ ରହିଛି । ଆଉ ବର୍ତ୍ତମାନର ଏଭଳି ଘଡି ସନ୍ଧି ମୁହୂର୍ତରେ ଆଉ ଏକ ନିଆରା କାର୍ଯ୍ଯ କରିଦେଖାଇଛି କିସ ଫାଉଣ୍ଡେସନ।

କିସ ଫାଉଣ୍ଡେସନର ପ୍ରୟାସ ଦ୍ବାରା ଉଦ୍ଧାର ହୋଇଛନ୍ତି ଫସି ରହିଥିବା ଏକ ଓଡ଼ିଆ ପ୍ରବାସୀ ପରିବାର। ସୁଦୂର ଗୋଆ ରୁ ମାଲକାନଗିରି କୁ ଫେରାଇ ଆଣିଛି କିସ ଫାଉଣ୍ଡେସନ। ପେଟପାଟଣା ପାଇଁ ମାଲକାନଗିରି ଜିଲ୍ଲା କାଲିମେଳା ର ମିଥୁନ ଗୋଆକୁ ଯାଇ ସିକ୍ଯୁରିଟି ଗାର୍ଡ କାମ କରୁଥିଲେ। ହେଲେ କରୋନା ଛଡାଇ ନେଲା ମିଥୁନ ରୋଜଗାର। ପେଟକୁ ଦି ଓଳା ଦାନା ଯୋଗାଡ଼ କରିବାକୁ କଷ୍ଟକର ହୋଇ ପଡ଼ିଥିଲା। ଚାକିରି ତ ଗଲା ହେଲେ କାମ କରିଥିବା ୨ ମାସର ଦରମା ବି ମିଳିଲାନି । ସେପଟେ ଘର ଭଡା ଦେଇପାରୁ ନଥିବାରୁ ଘର ମାଲିକ ଘର ଛାଡିବାକୁ ଅଡ଼ି ବସିଥିଲା। ମିଥୁନ ଏକା ନଥିଲେ ସାଙ୍ଗରେ ଦେଢ଼ ବର୍ଷ ର କୁନି ପୁଅ ସହ ଆଠ ମାସ ଗର୍ଭବତୀ ସ୍ତ୍ରୀ। କାହାକୁ ମୁଠାଏ ଦାନା ଦେବା ସମ୍ଭବ ହେଉନଥିଲା । ଏହି ଅସମୟରେ ଯିବ ତ କୁଆଡ଼େ ଯିବ। ଶେଷରେ ଉପାୟ ନ ପାଇ ସୋସିଆଲ ମିଡିଆ ରେ ନିଜ ଭିଟାମାଟି ଫେରାଇବା ପାଇଁ ଗୁହାରି କରିଥିଲେ ମିଥୁନ।

ଆଉ ଏହି ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରସାରଣ ହେବା ପରେ କିସ ଏବଂ କିଟ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କ ନଜର କୁ ଆସିଥିଲା। ଆଉ ନିଜ କର୍ମଚାରୀ ଓ ସମାଜ ସେବୀ ପ୍ରଣୟ ବିର୍ଲା ଙ୍କ ସହାୟତାରେ ମେଡିକାଲ ଟେଷ୍ଟ କରାଇବା ପରେ ମିଥୁନଙ୍କୁ ନିଜ ଭିଟାମାଟି ମାଲକାନଗିରି କୁ ଫେରାଇ ଆଣିବାରେ ସହଯୋଗ କରିଥିଲେ।ଖାଲି ସେତିକି ନୁହେଁ, ମାଲକାନଗିରି ଜିଲ୍ଲା ପ୍ରଶାସନ ମଧ୍ଯ ମିଥୁନର ସବୁ ଡ଼କୁମେଣ୍ଟ ତୁରନ୍ତ ଗୋଆକୁ ପଠାଇ ଆଉ ଏକ ସହଯୋଗର ହାତ ବଢ଼ାଇଥିଲେ।

ଅନ୍ଯପଟେ କିସ ଫାଉଣ୍ଡେସନ ମାଗଣାରେ ଗୋଆ ରୁ ବିଶାଖାପାଟମ ପର୍ଯ୍ୟନ୍ତ ଫ୍ଲାଇଟ ଟିକଟ କରି ମିଥୁନ ପରିବାର କୁ ଆଣିଥିଲେ। ପରେ ବିନୋଦ ଟାୱାରୀ ନାମକ ମାଲକାନଗିରି ସମାଜସେବୀ ବିଶାଖାପାଟମ ରୁ ମାଲକାନଗିରି କୁ ଏକ ସ୍ୱତନ୍ତ୍ର କାର ଯୋଗେ ଆଣିଥିଲେ। କିସ ଫାଉଣ୍ଡେସନ ମଧ୍ୟ ମାଲକାନଗିରି ରୁ ନିଜ ଭିଟାମାଟି କୁ ଆଉ ଏକ କାର ଯୋଗେ ମିଥୁନ ପରିବାରକୁ ଛାଡିଥିଲେ। ତେବେ ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ଏଭଳି ପ୍ରୟାସ ଯୋଗୁଁ ମିଥୁନ ର ପାରିବାର ଡ଼ଃ ସାମନ୍ତ ଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଜିଲ୍ଲା ବାସୀ ମଧ୍ୟ ଡ଼ଃ ସାମନ୍ତ ଏଭଳି ମହାନକାର୍ଯ୍ୟ ପାଇଁ ଭୁୟସୀ ପ୍ରଶଂସା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.