Below header

କରୋନାରୁ ବଞ୍ଚିବା ପାଇଁ ବିଷାକ୍ତ ସାପକୁ ମାରି ଖାଇଲେ ବ୍ଯକ୍ତି, ଆଉ ତା’ ପରେ ଯାହା ହେଲା

କରୋନା ମହାମାରୀ ସହିତ ଲଢେଇ କରିବା ପାଇଁ ଦୁନିଆରେ ଅନେକ ଲୋକ ଅନେକ ପ୍ରକାରର ଉପାୟ ଆପଣାଉଛନ୍ତି। ଏମିତି କିଛି ଘଟଣା ଭାରତର ତାମିଲନାଡୁରେ ରହୁଥିବା ଜଣେ ବ୍ଯକ୍ତି ଆପଣାଇଛନ୍ତି। କରୋନାରୁ ବଞ୍ଚିବା ପାଇଁ ଏମିତି କିଛି କାର୍ଯ୍ଯ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଦେଇଛି। ବ୍ଯକ୍ତିଙ୍କର ଏପରି ଅଜବ କାରନାମା ଯୋଗୁଁ ପୋଲିସ ତାଙ୍କୁ ଗିରଫ କରିଛି। ଏହାସହିତ ୭ ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଛି।

ଟାଇମ୍ସ ଅଫ ଇଣ୍ଡିଆ ମୁତାବକ, ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡିଓରେ ୫୦ ବର୍ଷୀୟ ଜଷର ବ୍ଯକ୍ତି କରୋନାରୁ ବଞ୍ଚିବା ପାଇଁ ବିଷାକ୍ତ ସାପ ଖାଉଥିବା ନଜର ଆସିଛନ୍ତି। ବାଡିଭେଲ ନାମକ ଏହି ବ୍ଯକ୍ତି ସେହି ବିଷାକ୍ତ ସାପକୁ ଏକ ଜମିରୁ ଧରି ମାରିବା ପରେ ତାକୁ ଖାଇଥିଲେ। ବ୍ଯକ୍ତି ଜଣକ ତାମିଲନାଡୁର ତିରୁନେଲବେଲା ଜିଲ୍ଲାର ପେରୁମଲପଟ୍ଟୀ ଗାଁରେ ରହୁଛନ୍ତି।

ଭାଇରଲ ହେଉଥିବା ଏହି ଭିଡିଓ ଦେଖିବା ପରେ ପରିବେଶବିତ୍ ପୋଲିସକୁ ଖବର ଦେବା ସହିତ କାର୍ଯ୍ଯାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ। ଯାହା ପରେ ପୋଲିସ ଅଭିଯୁକ୍ତକୁ ପରିଚୟ କରି ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.