Below header

ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ଭାସୁଛି ଅଚିହ୍ନା ଗଳିତ ମୃତ ଦେହ

ଯାଜପୁର (କେନ୍ୟୁଜ) : ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ଭାସୁଛି ଅଚିହ୍ନା ମୃତଦେହ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଂଚାୟତ ସ୍ବାଇଁ ସାହି ନିକଟ ନଦୀ କୂଳରେ ଏହି ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ କିଛି ଲୋକେ ନଦୀରେ କିଛି ଭାସୁଥିବାର ଦେଖିବାକୁ ପାଇଥିଲେ । ତେବେ ଆଜି ଭୋରୁ ଏହି ଗ୍ରାମରୁ କିଛି ଦୂରରେ ନଦୀ କୂଳରେ ଶବଟି ଲାଗିଥିଲା । ଶବଟି ମୁହଁ ମାଡି ପଡିଥିବା ବେଳେ ମହିଳା କି ପୁରୁଷ ବୋଲି କିଛି ସ୍ପଷ୍ଟ ଜଣା ପଡୁନାହିଁ ।

ତେବେ ଶବଟି ସପ୍ତାହ ଉପରେ ହୋଇଥିବା ବେଳେ ବୟସ ୪୫ ଉପରେ ହେବ ବୋଲି ଅନୁମାନ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ଶବଟି କେଉଁଠୁ ଆସିଲା ତାହା ସ୍ପଷ୍ଟ ସୂଚନା ମିଳିନାହିଁ। କେହି ଦୁର୍ବୁତ୍ତ ମାରି ନଦୀରେ ଫିଙ୍ଗିଦେବା ହେଉ ଅବା କୋଭିଡ଼ ଆକ୍ରାନ୍ତ ମୃତଦେହକୁ ନଦୀରେ ଭସାଇ ଦେବା ନେଇ ସନ୍ଦେହ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.