Below header

ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସଙ୍କ ଦେହାନ୍ତ

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ବସନ୍ତ ଦାଶଙ୍କ ଦେହାନ୍ତ । କରୋନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଏକାଧାରରେ ସେ ଜଣେ ସାମ୍ବାଦିକ ଓ ସାହିତ୍ୟିକ । ୧୬ଟି ପୁସ୍ତକ ରଚନା କରିଥିଲେ ବସନ୍ତ ଦାଶ । ତାଙ୍କ ରଚିତ ପୁସ୍ତକ POLITICAL HISTORY OF MODERN ODISHA ବେଶ ଲୋକପ୍ରିୟ ଥିଲେ ।

‘ଯେ ଦେଶ ଯାଇ, ସେଫଳ ଖାଇ’ ପାଇଁ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ବସନ୍ତ ଦାଶ । ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ଦାସ ଜଣେ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଲେଷକ ଭାବେ ସୁନାମ କରିଥିଲେ ।

ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ସେ ସାମ୍ବାଦିକତା ବୃତ୍ତିରେ ସକ୍ରୀୟ ରହିଥିଲେ । ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସ୍ମରଣୀୟ ରହିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.