ସାବଧାନ୍! ବୈତରଣୀ ନଦୀ କୂଳରେ ବୁଲୁଛି କୁମ୍ଭୀର, ଗାଁରେ କୋକୁଆ ଭୟ

ଯାଜପୁର ଟାଉନ: ଯାଜପୁର ଦଶରଥପୁର ଦତ୍ତପୁର ପଂଚାୟତ ବନ୍ୟାଞ୍ଚଳରେ କୁମ୍ଭୀର ଆତଙ୍କ । ବାଲିପାଟଣା ଏବଂ ହେମନ୍ତପୁର ଗ୍ରାମ ଦେଇ ପ୍ରବାହିତ ବୈତରଣୀ ନଦୀ କୂଳରେ ବୁଲୁଛି କୁମ୍ଭୀର। ଯାହାକୁ ନେଇ ଗ୍ରାମବାସୀ ଭୟବିତ ଅବସ୍ଥାରେ ।

ଦୁଇଦିନ ତଳେ ହେମନ୍ତପୁରରେ କୁମ୍ଭୀର ଦେଖାଯାଇଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି । ପୁଣି ଆଜି ବାଲିପାଟଣା ଗାଁ ନିକଟରେ ଦେଖା ଦେଇଛି ଏହି କୁମ୍ଭୀର। ଯାହାକୁ ନେଇ ଗ୍ରାମବାସୀଙ୍କ ଭିତରେ କୋକୁଆ ଭୟ ଖେଳି ଯାଇଛି । ବନ୍ୟା ଜଳରେ କୁମ୍ଭୀରଟି ଚାଲି ଆସିଥିବା ଅନୁମାନ କରାଯାଉଛି।  ତୁରନ୍ତ ଏହି କୁମ୍ଭୀରକୁ ଧରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.