Below header

ପୁଣି ସ୍ୱାସ୍ଥ୍ୟ ବିଗିଡ଼ିଲା ଓଲିଉଡ୍‌ ଗାୟିକା ତପୁ ମିଶ୍ରଙ୍କର, ଅନ୍ୟ ଏକ ହସପିଟାଲକୁ ସ୍ଥାନାନ୍ତର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଆ କଣ୍ଠଶିଳ୍ପୀ ତଥା ଓଲିଉଡ୍‌ ଗାୟିକା ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପୁଣି ଅବନତି ଘଟିଛି । ଗତକାଲି ରାତିରେ ଏ ସମ୍ପର୍କରେ ଜଣାପଡ଼ିବା ପରେ ତାଙ୍କୁ ଅନ୍ୟ ଏକ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ଦଶ ଦିନ ହେବ ତପୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ନିକଟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ମଧ୍ୟ ପରିଲକ୍ଷିତ ହୋଇଥିଲା ବୋଲି ତାଙ୍କ ସ୍ୱାମୀ ଜଣାଇଥିଲେ । ତେବେ ଗତକାଲି ପୁଣି ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଅନ୍ୟ ଏକ ହସପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡ଼ିଛି । କୋଭିଡ୍‌ ପଜିଟିଭ ଚିହ୍ନଟ ହେବା ପରେ ଗତ ୧୯ ତାରିଖରୁ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି । କିଛି ଦିନ ପୂର୍ବରୁ ତପୁଙ୍କ ବାପା କୋଭିଡ୍‌ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ ।

ମାତ୍ର ୧୬ ବର୍ଷ ବୟସରେ ଫିଲ୍ମ କୁଳ ନନ୍ଦନରେ ତପୁ ପ୍ରଥମେ ଗୀତ ଗାଇଥିଲେ । ଏହା ପରେ ପ୍ରାୟ ୧୬୦ଟି ଓଡ଼ିଆ ଫିଲ୍ମ ଗୀତ, ୨୨ଟି ବଙ୍ଗଳା ଗୀତ ଏବଂ ଅନେକ ଭଜନ ଗାଇଛନ୍ତି । ରାଜ୍ୟରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ଓ ଟେକନିସିିଆନଙ୍କ ଠାରୁ ଆରମ୍ଭ କରି ତାଙ୍କର ଫ୍ୟାନ୍‌ମାନେ ତପୁଙ୍କ ସୁସ୍ଥତା କାମନା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.