ଶରୀରରେ ଏହିସବୁ ଲକ୍ଷଣ ଥିଲେ ଜାଣନ୍ତୁ ଆପଣଙ୍କର ରହିଛି ଭିଟାମିନ ‘C’ ର ଅଭାବ

ଶରୀର ପାଇଁ ଭିଟାମିନ C ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ | ମହିଳା ମାନଙ୍କୁ  ଦିନକୁ ୭୫ ମିଲିଗ୍ରାମ ଆବଶ୍ୟକ ହେଉଥିବା ବେଳେ ପୁରୁଷ ମାନେ ୯୦ ମିଲିଗ୍ରାମ ଭିଟାମିନ ସି ଆବଶ୍ୟକ କରନ୍ତି | ଆମ ଶରୀର ଭିଟାମିନ ସି କୁ ତିଆରି କରିପାରେ ନାହିଁ, କି ଏହାକୁ ସଂଗ୍ରହ କରି ରଖିବାରେ ସକ୍ଷମ ହୁଏ ନାହିଁ |

କେଉଁ ଲୋକ ମାନଙ୍କ ଠାରେ  ଭିଟାମିନ ସି ର ଅଭାବ ଦେଖା ଦେଇଥାଏ 

ଯେଉଁମାନେ ଖରାପ ଖାଦ୍ୟ ଗ୍ରହଣ କରିଥାନ୍ତି , କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ଓ ଅଧିକ ଧୂମପାନ କରୁଥିବା ବ୍ୟକ୍ତିଙ୍କ ନିକଟରେ ଭିଟାମିନ ସି ର ଅଭାବ ଦେଖା ଦେଇଥାଏ  | ଶରୀରରେ ଭିଟାମିନ ସି ର ଅଭାବ ହେବା ଦ୍ୱାରା  କିଛି ଲକ୍ଷଣ ଦେଖା ଦେଇଥାଏ | ସେଗୁଡିକ ହେଉଛି –

କ୍ଷତ ସ୍ଥାନ ନ ଶୁଖିବା : 

ଶରୀରରେ  କୌଣସି ସ୍ଥାନରେ ଆଘାତ ଲାଗିବା ହେତୁ ରକ୍ତ ଏବଂ ଟିସୁରେ ଥିବା ଭିଟାମିନ ସି ର ସ୍ତର କମିଯାଇଥାଏ | ଭିଟାମିନ ସି ଶରୀରରେ କୋଲେଜନ ତିଆରି କରିବାରେ ସାହାଯ୍ୟ କରିଥାଏ | କୋଲେଜନ ହେଉଛି ଏକ ପ୍ରକାର ପ୍ରୋଟିନ | ଯାହା ଚର୍ମ ଗଠନ ପାଇଁ ଆବଶ୍ୟକ ହୋଇଥାଏ | ଏହି ଭିଟାମିନ ର ଅଭାବ ହେବା ଦ୍ୱାରା ଶରୀରକୁ ଏହି ସବୁ ଜରୁରୀ ପଦାର୍ଥ ଗୁଡିକ ଠିକ ଭାବେ ମିଳି ପରେ ନାହିଁ | ଯାହା ଦ୍ୱାରା ଶରୀରରେ ହୋଇଥିବା  କ୍ଷତ ସ୍ଥାନ ଭଲ ହେବାକୁ  ସମୟ ଲାଗିଥାଏ |

ଦାନ୍ତ ଓ ନାକରୁ ରକ୍ତ ସ୍ରାବ ହେବା :

ଏହି ଭିଟାମିନ ସି ରକ୍ତ ନଳୀ ଗୁଡିକୁ ସୁସ୍ଥ  ରଖି ଥାଏ | ଏହା ଛଡା ଦାନ୍ତ ଓ ମାଢି କୁ ମଜବୁତ କରିବାରେ କୋଲେଜନ ମଧ୍ୟ ସାହାଯ୍ୟ କରିଥାଏ | ଏହା ଛଡା ଯଦି ନାକରୁ ବାରମ୍ବାର ରକ୍ତ ସ୍ରାବ ହୁଏ  ତେବେ ଏହା ଭିଟାମିନ ସି ର ଅଭାବ ହେତୁ ହୋଇଥାଏ |

ଓଜନ ବୃଦ୍ଧି :

ଅନେକ ଗବେଷଣାରୁ ଜଣାପଡିଛି ଯେ ଶରୀରରେ ଭିଟାମିନ ସି ର ନିମ୍ନ ସ୍ତର ହେତୁ ବ୍ୟକ୍ତିର ଓଜନ ବୃଦ୍ଧି ହୋଇଥାଏ | ବିଶେଷ କରି ପର୍ଯ୍ୟପ୍ତ ମାତ୍ରାରେ ଭିଟାମିନ ସି ମିଳିବା  ପରେ ଶରୀରରେ ଥିବା ଚର୍ବି ଅଂଶରେ ପରିବର୍ତନ ଆସିଥାଏ |

ଶୁଷ୍କ ଓ କୁଞ୍ଚିତ ତ୍ୱଚା :

ଭିଟାମିନ ସି ର ଅଭାବ ହେତୁ ଚର୍ମ ଶୁଷ୍କ ହୋଇଯାଇ | ଏହା ବ୍ୟତୀତ ଚର୍ମରେ କୁଞ୍ଚନ ମଧ୍ୟ ପଡ଼ିଯାଏ | ଯେଉଁ ବ୍ୟକ୍ତି ମାନେ ଆବଶ୍ୟକ ପରିମାଣରେ ଭିଟାମିନ ସି ଗ୍ରହଣ କରିଥାନ୍ତି ସେମାନଙ୍କର ତ୍ୱଚା ଉଜ୍ୱଳ ଓ ଚିକଣ  ଦେଖା ଯାଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.