Below header

ଆସୁଛି ପୋର୍ଟେବଲ୍ ପେଟ୍ରୋଲ୍ ପମ୍ପ : ଲଗାଇବା ପାଇଁ ଜାଣନ୍ତୁ କେମିତି କରିବେ ଆବେଦନ

ଯଦି ଆପଣ କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ତେବେ ଟିକେ ଅପେକ୍ଷା କରିବା ଭଲ ହେବ । କାରଣ ଖୁବ୍ ଶୀଘ୍ର ଆସୁଛି ପୋର୍ଟେବଲ୍ ପେଟ୍ରୋଲ୍ ପମ୍ପ । ମାତ୍ର ଦୁଇ ଘଂଟାରେ ଲାଗି ପାରୁଥିବା ଏହି ପେଟ୍ରୋଲ୍ ପମ୍ପ ମାଧ୍ୟମରେ ଆପଣ ଭଲ ରୋଜଗାର କରିପାରିବେ ।

ଏଥିପାଇଁ ଆପଣଙ୍କୁ ବଡ ପେଟ୍ରୋଲ୍ ପମ୍ପ କରି ବେଶୀ ସ୍ଥାନ ଆବଶ୍ୟକ ପଡିବନି । ଏହି ପୋର୍ଟେବଲ୍ ପେଟ୍ରୋଲ ପମ୍ପକୁ ଲଗାଇବା ପାଇଁ ନା କେବଳ ଦୁଇ ଘଂଟା ଆବଶ୍ୟକ ବରଂ ହଟାଇବା ପାଇଁ ମଧ୍ୟ ଦୁଇ ଘଂଟା ଦରକାର । ଏହା ସହ ଏହାର ସେଟ୍ ଅପ୍ ଲଗାଇବା ପାଇଁ ଆପଣଙ୍କୁ ଅଧିକ କର୍ମଚାରୀ ମଧ୍ୟ ରଖିବାକୁ ପଡିବନି । କାରଣ ଏଠାରେ କେବଳ କ୍ୟାସଲେସ୍ ଟ୍ରାଞ୍ଜକସନ୍ କରି ହିଁ ପେଟ୍ରୋଲ୍ ଭର୍ତ୍ତି କରିବେ ।

ଜାଣନ୍ତୁ କେମିତି ପେଟ୍ରୋଲ୍ ପମ୍ପ ଲଗାଇବେ 

ଭାରତରେ ଏହି ପେଟ୍ରୋଲ୍ ପମ୍ପର ଘୋଷଣା ପ୍ରଥମ ଥର ପାଇଁ ହେଉଛି । ତେବେ ଏହାକୁ ଲଗାଇବା ପାଇଁ ହେଲେ ପେଟ୍ରୋଲିୟମ୍ ମିନିଷ୍ଟ୍ରି ତରଫରୁ ମଞ୍ଜୁରୀ ମିଳିଯାଇଛି । ଏବେ ଦେଶରେ ପୋର୍ଟେବଲ୍ ପେଟ୍ରୋଲ୍ ପମ୍ପ ମାନ୍ୟୁଫାକ୍ଚର କରିବା ପାଇଁ ୧୬୦୦ କୋଟି ଖର୍ଚ୍ଚ କରିବାକୁ ପଡିବ ।

କଣ ଦରକାର 

ଗ୍ରାମ୍ୟାଞ୍ଚଳ ମାନଙ୍କରେ ଏହି ପୋର୍ଟେବଲ୍ ପେଟ୍ରୋଲ୍ ପମ୍ପ ଲଗାଇବା ପାଇଁ ନିର୍ମାଣ କରାଯାଉଛି । ଆପଣଙ୍କ ନିକଟରେ ମାତ୍ର ୪୦୦ ସ୍କୋୟର୍ ମିଟର୍ ଜାଗା ଥିଲେ ଏହି ପେଟ୍ରୋଲ୍ ପମ୍ପ ଲଗାଇପାରିବେ । ଏଥିପାଇଁ ଆପଣଙ୍କୁ ୯୦ ଲକ୍ଷରୁ ୧.୨୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଯଦି ଏହି ପରିମାଣର ଟଙ୍କା ଆପଣଙ୍କ ନିକଟରେ ନାହିଁ ତେବେ ଚିନ୍ତା କରନ୍ତୁ ନାହିଁ । ୮୦ ପ୍ରତିଶତ ବ୍ୟାଙ୍କ୍ ଫାଇନାନ୍ସ କରିବ ।

କେମିତି କରିବେ ଆବେଦନ 

ଏହି ପେଟ୍ରୋଲ୍ ପମ୍ପ ପାଇଁ ଟେଣ୍ଡର ବାହାର କରିବା ରାଜ୍ୟ ସରକାର । ଯାହାକୁ ଟେଣ୍ଡର ମିଳିବ ସେ ଏହି ସେଟ୍ ଅପ୍ ଲଗାଇପାରିବେ । ଟେଣ୍ଡର ମିଳିବା ପରେ କମ୍ପାନୀ ମେସିନ୍ ଇନଷ୍ଟଲ୍ କରିବ । ସବୁଠାରୁ ଛୋଟ ମେସିନ୍ ୯ ହଜାର ପେଟ୍ରୋଲ୍ ଷ୍ଟୋର୍ କରିବାର କ୍ଷମତା ରଖିଥିବା ବେଳେ ବଡ଼ ମେସିନର କ୍ଷମତା ହେଉଛି ୩୦ହଜାର ଲିଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.