Below header

‘ଦେଶର ବହିଖାତା’ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ, ୨୦୩୦ ସୁଦ୍ଧା ଭାରତୀୟ ରେଳବାଇର ଆଧୁନିକୀକରଣ ପାଇଁ ୫୦ ଲକ୍ଷ କୋଟି ଆବଶ୍ୟକ

ନୂଆଦିଲ୍ଲୀ: ସଂସଦରେ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ଥର ବ୍ରିଫକେସ୍ ବଦଳରେ ନାଲି କପଡା ବ୍ୟାଗ୍ ରେ ବଜେଟ୍ । ବଜେଟ୍ ର ନାଁ ବଦଳି ଦେଶର ବହିଖାତା ହୋଇଛି । ଲୋକସଭାରେ ବଜେଟ୍ ‘ଦେଶର ବହିଖାତା’ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ୨୦୩୦ ସୁଦ୍ଧା ଭାରତୀୟ ରେଳବାଇର ଆଧୁନିକୀକରଣ ପାଇଁ ପ୍ରାୟ ୫୦ ଲକ୍ଷ କୋଟି ଟଙ୍କା ଆବଶ୍ୟକ ପଡିବ । ରେଲଓ୍ବେରେ ଘରୋଇ ଭାଗିଦାରୀ ବଢିବ । ରେଳ ଭିତ୍ତିଭୂମି ପାଇଁ ୫୦ହଜାର କୋଟି ଆବଶ୍ୟକ । ୨୦୧୮-୧୯ରେ ୩ ଶହ ମେଟ୍ରୋ ଲାଇନ୍କୁ ମଞ୍ଜୁରୀ । ଏତେ ପରିମାଣର ପୁଞ୍ଜିନିବେଶ ସଂଗ୍ରହ ପାଇଁ ଘରୋଇ କ୍ଷେତ୍ରକୁ ମଧ୍ୟ ରେଳବାଇର ବିଭିନ୍ନ ପ୍ରକଳ୍ପରେ ସହଭାଗୀ କରାଯିବ । ଅନ୍ୟପକ୍ଷରେ ରେଳବାଇ ଉପରେ ମାଲ ପରିବହନ ଚାପ କମାଇବାକୁ ଜଳମାର୍ଗରେ ପରିବହନକୁ ପ୍ରେତ୍ସାହିତ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.