ବଜେଟ ୨୦୧୯ ପ୍ରଭାବ, ଆସନ୍ତାକାଲି ଠାରୁ ମହଙ୍ଗା ହେବ ପେଟ୍ରୋଲ-ଡିଜେଲ ଦର

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ବଜେଟ ସାଧାରଣ ଲୋକଙ୍କ ପାଇଁ କିଛି ଆସ୍ବସ୍ତି ଆଣିବା ପରିବର୍ତ୍ତେ ଆହୁରି ଅଧିକ ବୋଝ ବଢ଼ାଇଛି । ପେଟ୍ରୋଲ୍-ଡିଜେଲ୍ ପାଇଁ ଲୋକମାନଙ୍କୁ ଏବେ ଅଧିକ ଟଙ୍କା ଦେବାକୁ ପଡିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା ଘୋଷଣା କରିଛନ୍ତି। ଲୋକମାନଙ୍କୁ ପ୍ରତି ଲିଟର ପିଛା ଏବେ ୨ ଟଙ୍କା ଅଧିକ ଦେବାକୁ ପଡିବ।

ଏଥିପାଇଁ ଦେବାକୁ ହେବ ଟଙ୍କା

ପେଟ୍ରୋଲ-ଡିଜେଲ ଏକ୍ସସାଇଜ୍ ଡ୍ୟୁଟୀ,ରୋଡ୍ ଇନଫ୍ରାଷ୍ଟ୍ରକଚର ସେସ୍ ୧-୧ ଟଙ୍କା ପ୍ରତି ଲିଟର ବଢ଼ାଯିବ। ଏହାସହିତ ସୁନାରୁପା  ଉପରେ କଷ୍ଟମ ଡ୍ୟୁଟୀ ୧୦ ପ୍ରତିଶତ ବ୍ରୁଦ୍ଧି ହୋଇ ୧୨.୦୫% ହୋଇଗଲା।

ଏହା ସହ ପଢ଼ନ୍ତୁ : ମୋଦି ସରକାରଙ୍କ ଖାସ୍ ଯୋଜନା, ଏହି ସବୁ ଚାଷୀଙ୍କୁ ମିଳିବ ୨୪ ଲକ୍ଷ ଟଙ୍କାର ସାହାଯ୍ୟ

ପେଟ୍ରୋଲ ଉପରେ ଏତିକି ଅଟେ ଏକ୍ସସାଇଜ୍ ଡ୍ୟୁଟୀ

ଯଦି ଦିଲ୍ଲୀ କଥା କହିବା ତେବେ ପେଟ୍ରୋଲ ଉପରେ ୧୭.୯୮ ଟଙ୍କା ଅତିରିକ୍ତ ଏକ୍ସସାଇଜ୍ ଡ୍ୟୁଟୀ ଲାଗିଥାଏ। ଏବେ ଏହା ବ୍ରୁଦ୍ଧି ହୋଇ ୧୮.୯୮ ଟଙ୍କା ହୋଇଯିବ। ଏହାଛଡା ଦେଶର ଅନେକ ରାଜ୍ୟ ଏବଂ ଶହରରେ ସ୍ଥିତ ନଗର ନିଗମ ମଧ୍ୟ ନିଜ ପକ୍ଷରୁ ସେସ୍ ଲଗାଇଥାନ୍ତି। ଯାହାଦ୍ବାରା ଏହାର ଅସଲି ଦାମରେ ଆହୁରି ମୁନାଫା ହେବାର ଆଶା ରହୁଛି।

ଡିଜେଲ ଉପରେ ଏତିକି ଟଙ୍କା ପଡିବ ଏକ୍ସସାଇଜ୍ ଭାବରେ

ଦିଲ୍ଲୀରେ ଲୋକଙ୍କୁ ଡିଜେଲ ୩୮.୨୦ ଟଙ୍କା ପ୍ରତି ଲିଟର ବେସ୍ ପ୍ରାଇସ୍ ଲାଗିଥାଏ। ଏହା ଡିଲରଙ୍କୁ ୩୮.୪୮ ଟଙ୍କାରେ ମିଳିଥାଏ। ଫରେ ଏଥିରେ ୧୩.୮୩ ଟଙ୍କା ଏକ୍ସସାଇଜ୍ ଡ୍ୟୁଟୀ, ୨.୪୯ ଟଙ୍କା ଡିଲର କମିଶନ, ଭାଟ୍ ୯.୪୭ ଟଙ୍କା ଲାଗିଥାଏ। ଏହି ହିସାବରେ ଲୋକମାନେ ୬୪.୨୭ ଟଙ୍କା ଦେବାକୁ ପଡୁଥିଲା। ସେହିଭଳି ବର୍ତ୍ତମାନ ଏଥିରେ ଏକ ଟଙ୍କା ପ୍ରତି ଲିଟର ଅତିରିକ୍ତ ରାଜ୍ୟ ଏବଂ ନଗର ନିଗମ ଦ୍ବାରା ନିଆଯାଉଥିବା ସେସ୍ ଆକାରରେ ଟଙ୍କା ଦେବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.