Below header

କୋହଲିଙ୍କୁ ଏପରି କଲେ ଆଶୀର୍ବାଦ, ଯେ ଏବେ ବନିବେ ପରବର୍ତ୍ତୀ #SawgStar

ଆଇସିସି ବିଶ୍ୱକପ୍‌ ମୁକାବିଲାରେ ବଂଲାଦେଶ ବିରୋଧରେ ଟିମ ଇଣ୍ଡିଆକୁ ଉତ୍ସାହିତ କରିବା ପାଇଁ ପହଞ୍ଚିଥିଲେ ୮୭ ବର୍ଷୀୟା ବୃଦ୍ଧା ଚାରୁଲତା ପଟେଲ। ଚାରୁଲତାଙ୍କ କ୍ରିକେଟ ପ୍ରେମ ଦେଖି ଏବେ ତାଙ୍କୁ ପେପସି ଏଡ୍‌ କ୍ୟାମ୍ପନରେ ସାମିଲ କରାଯାଇଛି। ଓ୍ଵାଣ୍ଣିଂହୋମରେ ମ୍ୟାଚ ଜିତିବା ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଖେଳାଳି ରୋହିତ ଶର୍ମା ମଧ୍ୟ ସେହି ବୃଦ୍ଧା ମହିଳାଙ୍କୁ ଦେଖା କରିଥିଲେ।

ଏହି ଘଟଣା ପରେ ଚାରୁଲତାଙ୍କ ସହ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ଏବେ ମିଳିଥିବା ଖବର ମୁତାବକ, ଚାରୁଲତାଙ୍କୁ ପେପସିକୋ କମ୍ପାନୀ ସ୍ୱାଗ୍‌ ଷ୍ଟାର ଭାବେ ଏକ ବିଜ୍ଞାପନରେ ଲଞ୍ଚ କରିବାକୁ ଯାଉଛି।

charulata-patel

ଆପଣଙ୍କୁ ଜଣାଇବାକୁ ଚାହିଁବୁ ବିଶ୍ୱ କପ୍‌ ୨୦୧୯ ପାଇଁ ଏବେ ପେପସିକୋ ହ୍ୟାସଟ୍ୟାଗ୍‌ #HarGhoontMeinSwagHai ବିଜ୍ଞାପନ ଅଭିଯାନ ଆରମ୍ଭ କରିଛି। ତେବେ ଚାରୁଲତା ପଟେଲଙ୍କୁ ପେପସିକୋ ଅଭିଯାନରେ ଆଣିବା ପରେ ଏହାର ଲୋକପ୍ରିୟତା ବଢ଼ିବ ବୋଲି ଆଶା କରାଯାଉଛି। ପେପସିକୋର ଜଣେ ପ୍ରବକ୍ତାଙ୍କ କହିବାନୁଯାୟୀ, ଖେଳ ପ୍ରତି ତାଙ୍କର ଭଲପାଇବା ଦୁନିଆକୁ ଦେଖାଇଛି କି, ଜୀବନରେ ଅଦ୍ଭୁତ ମୁହୂର୍ତ୍ତକୁ ବଞ୍ଚିବା ପାଇଁ କୌଣସି ବୟସ ସୀମା ରହିନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.