Below header

ଅଲଗା ଜାତିରେ ବିବାହ କରିଥିବାରୁ ମିଳିଲା ଏହି କଠୋର ଦଣ୍ଡ, ପତିଙ୍କ ସହିତ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ତାମିଲନାଡୁ: ତାମିଲନାଡୁ ତୁଥ୍କୁଡି ଜିଲ୍ଲାରେ କିଛି ଅଜ୍ଞାତ ଦୁର୍ବୃତ୍ତ ଏକ ଦମ୍ପତିଙ୍କୁ ହତ୍ୟା କରିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଉଭୟ ଅଲଗା ଅଲଗା ଜାତିରେ ବିବାହ କରିଥିବା ନେଇ ସେମାନଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ପୋଲିସ୍ ସନ୍ଦେହ କରିଛି । ଦୁଃଖର ବିଷୟ ଏହା କି ହତ୍ୟାର ଶିକାର ହୋଇଥିବା ମହିଳା ଜଣଙ୍କ ତିନି ମାସର ଗର୍ଭବତୀ ଥିଲେ । ଯଦି ପୋଲିସ୍ ଏହାକୁ ହେଟ୍ କ୍ରାଇମ୍ ବୋଲି କହୁଛି ତେବେ ଏହା ସପ୍ତାହର ଦ୍ବିତୀୟ ଘଟଣା ହେବ । ଏହା ପୂର୍ବରୁ କୋୟଂବଟୁରରେ ଏଭଳି ଜାତିକୁ ନେଇ ଏ ଦମ୍ପତିଙ୍କୁ ହତ୍ୟା କରାଯାଇଥିଲା । ଉଭୟ ରହୁଥିବା ଘରର କବାଟ ଦୀର୍ଘ ସମୟ ପର୍ଯ୍ୟନ୍ତ ନଖୋଲିବାରୁ ସୋଲାଇରାଜନେଙ୍କ ମା ପଡୋଶୀଙ୍କୁ ଡାକି କବାଟ ବାଡେଇଥିଲେ । ତେବେ ଶେଷରେ ସମସ୍ତେ ମିଶି କବାଟକୁ ଖୋଲିଥିଲେ ଏବଂ ଉଭୟଙ୍କୁ କେହି ହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ତେବେ ଉଭୟଙ୍କ ଶରୀରର ଭିବିନ୍ନ ସ୍ଥାନକୁ ଛୁରୀରେ ଆକ୍ରମଣ କରାଯାଇଥିବା ଜଣାପଡିଛି। ।

ସୂଚନା ଅନୁଯାୟୀ ତୁଥ୍କୁଡି କୁଲାଥୁର ପୋଲିସ୍ ପୀଡିତଙ୍କ ପରିଚୟ ୨୪ ବର୍ଷୀୟ ସୋଲାଇରାଜନ୍ ଏବଂ ୨୧ ବର୍ଷୀୟା ଜ୍ୟୋତି ନାମରେ କରିଛି । ଦୁହେଁ ଏକ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ କରୁଥିବା ବେଳେ ପ୍ରେମରେ ପଡିଥିଲେ । ସୋଲାଇରାଜନ୍ ପରାୟର ସମୁଦାୟରୁ ଆସିଥିବାବେଳେ ଜ୍ୟୋତି ପଲ୍ଲର ସମୁଦାୟର ଥିଲେ । ଉଭୟଙ୍କ ପରିବାର ଲୋକେ ବିବାହରେ ରାଜି ନହେବାରୁ ଉଭୟ ଏପ୍ରିଲ୍ ମାସରେ ଘର ଛାଡି ବିବାହ କରିଥିଲେ । କିନ୍ତୁ ବିବାହ ପରେ ସୋଲାଇରାଜନଙ୍କ ପରିବାର ଲୋକେ ରାଜି ହୋଇଯାଇଥିବାବେଳେ ଜ୍ୟୋତିଙ୍କ ପରିବାର ଲୋକେ ବିବାହକୁ ସ୍ବୀକାର କରିନଥିଲେ। ତେବେ ଏହି ଘଟଣାରେ ଜ୍ୟୋତିର ପିତାଙ୍କୁ ପୋଲିସ୍ ସନ୍ଦେହକୁ ନେଇ ଗିରଫ କରିଥିବା ସହ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ସୋଲାଇରାଜନଙ୍କ ପରିବାର ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ।


ପୋଲିସ୍ କହିବା ଅନୁଯାୟୀ ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକେ ସାମିଲ ଅଛନ୍ତି । ବୁଧବାର ବିଳମ୍ବିତ ରାତିରେ ଦୁର୍ବୁତମାନେ ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଛନ୍ତି। ଯେହେତୁ ଜ୍ୟୋତିଙ୍କ ପରିବାର ଲୋକେ ବିବାହରେ ରାଜି ନଥିଲେ ତେଣୁ ପୋଲିସ୍ ର ସନ୍ଦେହ ସିଧା ତାଙ୍କ ପରିବାର ଉପରକୁ ହିଁ ଯାଇଛି । ଉଭୟଙ୍କ ମୃତଦେହକୁ ପୋଲିସ୍ ଜବତ କରି ବ୍ୟବଚ୍ଛେଦ ପାଇଁ ଗଭର୍ଣ୍ଣିଙ୍ଗ ମେଡିକାଲ କଲେଜ୍ ହସ୍ପିଟାଲ ପଠାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.