ଦ୍ବିତୀୟ ଥର ପାଇଁ ଗୁରୁପୂର୍ଣ୍ଣିମା ଦିନ ପଡିବ ଚନ୍ଦ୍ର ଗ୍ରହଣ, ଏହି ସାତ ରାଶି ପାଇଁ ହୋଇପାରେ ଅଶୁଭ

ଚଳିତ ବର୍ଷ ଜୁଲାଇ ମାସ ୧୬ ଏବଂ ୧୭ ତାରିଖରେ ଚନ୍ଦ୍ର ଗ୍ରହଣ ପଡୁଛି। ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଏହା ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ହେବ। ଏହି ଚନ୍ଦ୍ର ଗ୍ରହଣ ପାଖାପାଖି ୨ ଘଣ୍ଟା ୫୯ ମିନିଟ୍ ରହିବ। ବିଶ୍ବରେ ଏହି ଚନ୍ଦ୍ର ଗ୍ରହଣ ୧୬-୧୭ ଜୁଲାଇ ରାତି ୧.୩୧ ମିନିଟ୍ ରୁ ୪.୩୦ ମିନିଟ୍ ପର୍ଯ୍ୟନ୍ତ ରହିବ। ଏହି ଦିନ ଗ୍ରହଣ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ତାହାର ପ୍ରଭାବ ଦେଖାଯିବ।
ଗୋଟିଏ ଦିନରେ ଗୁରୁପୂର୍ଣ୍ଣିମା ଏବଂ ଚନ୍ଦ୍ର ଗ୍ରହଣ

ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ଏବଂ ଗୁରୁପୂର୍ଣ୍ଣିମା ଗୋଟିଏ ଦିନରେ ହେବ। ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ଗୁରୁପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ଲାଗୁଛି। ଏହା ପୂର୍ବରୁ ୨୭ ଜୁଲାଇରେ ଗୁରୁପୂର୍ଣ୍ଣିମା ଦିନ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ଥିଲା। ପ୍ରଥମେ ଏହି ଗ୍ରହଣ ୩ ଘଣ୍ଟା ୫୧ ମିନିଟ୍ ରହିଥିଲା। ଗୋଟିଏ ଦିନରେ ଗୁରୁପୂର୍ଣ୍ଣିମା ଏବଂ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଗ୍ରହଣ ଲାଗିବା ପୂର୍ବରୁ ହିଁ ଗୁରୁ ପୂଜା ହୋଇପାରିବ।
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଆଷାଢ ପୂର୍ଣ୍ଣିମାରେ ପୂର୍ବଷାଢ ନକ୍ଷତ୍ର, ଭୌଧୁତି ଯୋଗ, ବିଶିଷ୍ଟ କରଣ ଏବଂ ଗ୍ରହଣ ସମୟରେ ଚନ୍ଦ୍ରମା ଧନୁ ରାଶି ଉପରେ ରହିବେ। ପୂର୍ବରୁ ଶନି ଏବଂ କେତୁ ଧନୁ ରାଶିରେ ଅଛନ୍ତି। ଏଥିସହ ଚନ୍ଦ୍ରମାରେ ତିନି ଗ୍ରହର ମିଳନ ହେତୁ କିଛି ପରିବର୍ତ୍ତନ ଦେଖାଯାଇପାରେ।

CHANDRAଜାଣନ୍ତୁ ଚନ୍ଦ୍ର ଗ୍ରହଣରେ କେଉଁ ରାଶି ଉପରେ କି ପ୍ରଭାବ ପଡ଼ିବ:

ମେଷ– ଯଶ ଏବଂ ସମ୍ମାନ ପ୍ରାପ୍ତି ହେବ।

ବୃଷ– ସ୍ବାସ୍ଥ୍ୟ ସମ୍ବନ୍ଧିତ କିଛି ଗଭୀର ସମସ୍ୟା ଦେଖାଦେଇପାରେ।

ମିଥୁନ– ମାନସିକ ଚିନ୍ତା ବଢିପାରେ।

କର୍କଟ– ସମ୍ମାନ ଲାଭ ହୋଇପାରେ।

ସିଂହ– ପରିବାର ଚିନ୍ତା କାରଣରୁ ମନ ଦୁଃଖ ରହିପାରେ।

କନ୍ୟା– ଧନ ହାନି ହେବାର ସମ୍ଭାବନା ରହିଛି।

ତୁଳା– ଦିନଟି ଖୁବ୍ ଭଲରେ କଟିବ।

ବିଛା– ମାନ-ସମ୍ମାନ ରେ ଅଶାନ୍ତି ଦେଖା ଦେବା ସହ କାମରେ ବାଧା ସୃଷ୍ଟି ହୋଇପାରେ।

ଧନୁ– କୌଣସି ପରିଚିତ ବ୍ୟକ୍ତିଙ୍କ ଠାରୁ ବିଶ୍ବାସଘାତକତା କରିପାରନ୍ତି।

ମକର– ଶତ୍ରୁମାନଙ୍କର ଭୟ ରହିବ।

କୁମ୍ଭ– ସଫଳତା ଏବଂ ଲାଭ ପ୍ରାପ୍ତି ହେବାର ସଂକେତ ରହିଛି।

ମୀନ– ପରିବାରରେ ସୁଖ, ଶାନ୍ତି ଦେଖାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.