ଅମରନାଥ ଯାତ୍ରୀଙ୍କ ପାଇଁ ଜିଓ ଲଞ୍ଚ କଲା ୧୦୨ ଟଙ୍କାର ପ୍ରିପେଡ ପ୍ଳାନ

ନୂଆଦିଲ୍ଲୀ : ଅମରନାଥ ଯାତ୍ରୀଙ୍କ ପାଇଁ ଜମ୍ମୁ-କାଶ୍ମୀରରେ ରିଲାଏନ୍ସ ଜିଓ ୧୦୨ଟଙ୍‌କା ବିଶିଷ୍ଟ ନୂଆ ପ୍ରିପେଡ ପ୍ଳାନ ଲଞ୍ଚ କରିଛି। ଏହି ପ୍ଳାନର ଭାଲିଡିଟି ୭ ଦିନ ରଖାଯାଇଛି। ଏଥିରେ ଗ୍ରାହକ ଅନଲିମିଟେଡ ଭଏସ କଲିଂ, ଦୈନିକ ୧୦୦ଏସଏମଏସ୍‌ ଏବଂ ୫୦୦ଏମବି ହାଇ-ସ୍ପିଡ ଡାଟାର ବ୍ୟବହାର କରିପାରିବେ। ଏହି ପ୍ରିପେଡ ପ୍ଳାନକୁ ଖାସ କରି ଅମରନାଥ ଯାତ୍ରୀଙ୍କ ପାଇଁ ଆରମ୍ଭ କରାଯାଇଛି। କିନ୍ତୁ ଏହି ପ୍ଳାନରେ ଗ୍ରାହକଙ୍କୁ ଜିଓ ଆପ୍ସ ଗୁଡିକର ଆକ୍ସେସ୍‌ ମିଳିବ ନାହିଁ । ଅର୍ଥାତ୍‌ ଗ୍ରାହକଙ୍କୁ ଜିଓ ସିନେମା,ଜିଓ ଟିଭି ଏବଂ ଜିଓର ବାକି ସର୍ଭିସ ଗୁଡିକର ବ୍ୟବହାର କରିପାରିବେ ନାହିଁ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଜମ୍ମୁ-କାଶ୍ମୀରରେ ପ୍ରିପେଡ ସସକ୍ରାଇବର ପାଇଁ ରୋମିଂ ସୁବିଧାରେ ରୋକ ଲଗାଯାଇଛି। ଏଥିପାଇଁ ଶ୍ରଦ୍ଧାଳୁଙ୍କୁ ଅମରନାଥ ଯାତ୍ରାରେ ପହଞ୍‌ଚିବା ପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ଏଣୁ ରିଲାଏନ୍ସ ଜିଓ ଅମରନାଥ ଯାତ୍ରୀଙ୍କ ପାଇଁ ଏହି ଖାସ ଅଫର ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.