Below header

ସୁଇଚଅଫ୍ ଥିଲା OnePlus ସ୍ମାର୍ଟଫୋନ, ମଧ୍ୟରାତିରେ ହଠାତ୍ ଲାଗିଗଲା ନିଆଁ

ଚାର୍ଜିଂ ସମୟରେ ଫୋନ ଫାଟିବାର ଅନେକ ଖବର ଆସିଥାଏ କିନ୍ତୁ ଏହି ଘଟଣା ଟିକେ ଅଲଗା କାରଣ ଏହି ଫୋନ ସୁଇଚ ଅଫ୍ ଥିବାବେଳେ ନିଆଁ ଲାଗିଛି। ୱାନପ୍ଲସ ପୂର୍ବରୁ ୱାନପ୍ଲସ ୱାନକୁ ନେଇ ଏକ ୟୁଜର ଅଭିଯୋଗ କରିଛନ୍ତି। କମ୍ପାନୀକୁ ପଠାଇଥିବା ଇମେଲରେ ୟୁଜର ଜଣାଇଛନ୍ତି ଯେ ଫୋନ ପାୱାର ଆଡପଟର ସହିତ ଡିସକେନକଟେଡ୍ ହେବା ସହିତ ସୁଇଚ୍ ଅଫ୍ ଥିଲା। ଏହା ସତ୍ତ୍ବେ ମଧ୍ୟ ଫୋନରେ ନିଆଁ ଲାଗିଗଲା। ଏହି ଘଟଣାରେ ଅବଶ୍ୟ କାହାରି କ୍ଷତି ଘଟିନାହିଁ କାରଣ କିଛି ଅଘଟଣ ପୂର୍ବରୁ ୟୁଜର ନିଆଁକୁ ଆୟତ୍ତ କରିନେଇଥିଲେ।

ବ୍ୟକ୍ତି ଜଣଙ୍କ ଇମେଲରେ ଜଣାଇଛନ୍ତି ଯେ ଯେଉଁ ରୁମରେ ଫୋନ ଥିଲା ସେଠାରେ ଏସି ଚାଲୁଥିଲା ଏବଂ ରୁମର ତାପମାତ୍ରା ୧୯ ଡିଗ୍ରୀ ଥିଲା। ଫୋନ ଜଳିଯିବା ବାସ୍ନାରେ ୟୁଜରଙ୍କ ନିଦ ଭାଙ୍ଗିଗଲା। ରାତି ୩:୧୫ ମିନିଟରେ ଏହି ଅଘଟଣ ଘଟିଥିଲା।

ଆହୁରି ପଢ଼ନ୍ତୁ : କଣ ରହିଛି ୫ଜି ଟେକ୍ନୋଲୋଜିର ଫାଇଦା, କେତେ ରହିବ ଏହାର ଡାଉନଲୋଡିଂ ସ୍ପିଡ୍‌

ୟୁଜର ଜଣାଇଛନ୍ତି ଯେ ଯଦି ସମୟ ମଧ୍ୟରେ ତାଙ୍କ ନିଦ ଭାଙ୍ଗିନଥାନ୍ତା ତେବେ ଏକ ବଡ ଦୁର୍ଘଟଣା ହୋଇଯାଇଥାନ୍ତିା। ସେ ଜଣାଇଛନ୍ତି ଯେ ଏହି ଫୋନ ୫ ବର୍ଷ ପୁରୁଣା ଅଟେ। କିନ୍ତୁ କାହା ଜୀବନକୁ ଭୟରେ ପକାଇପାରିବ ନାହିଁ। ୟୁଜର ୱାନପ୍ଲସ ଏବଂ ଆମାଜନ ଦୁହେଁ ଏହି ମାମଲାରେ ଯାଞ୍ଚ କରିବା ପାଇଁ କହିଛନ୍ତି।
ୱାନପ୍ଲସ ଏହି ମାମଲାରେ ୟୁଜରଙ୍କ ସହିତ କଥା ହୋଇଛନ୍ତି ଏବଂ ତାଙ୍କ ଟିମ ଯାଞ୍ଚ କରିବା ଆରମ୍ଭ କରିଦେଇଛନ୍ତି।

ଏହା ପୂବର୍ବରୁ ୱାନପ୍ଲସକୁ ନେଇ ଏମିତି ଅଭିଯୋଗ ଆସିନାହିଁ ଏହା ସହିତ ଏହା ଆଶ୍ଚର‌୍ୟ୍ୟକର ଘଟଣା ଯେ ଫୋନ ସୁଇଚ୍ ଅଫ ହୋଇଥିବା ପରେ ମଧ୍ୟ ନିଆଁ ଲାଗିଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.