Below header

ଅପରିବର୍ତ୍ତିତ ରଖିଲା ରେପୋ ରେଟ୍, ଋଣ ଏବଂ ଜମା ଉପରେ ସୁଧ ହାରରେ ହେବନି ପରିବର୍ତ୍ତନ

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ । ଆସିଲା ଚଳିତ ବର୍ଷର ପ୍ରଥମ ତ୍ରୟୋମାସିକ ବିତ୍ତୀୟ ନୀତି । ମନେଟାରୀ ପଲିସି କମିଟି ବୈଠକରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଲା ଆରବିଆଇ । ଏ ସଂପର୍କରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ନୂଆଦିଲ୍ଲୀ : ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ । ଆସିଲା ଚଳିତ ବର୍ଷର ପ୍ରଥମ ତ୍ରୟୋମାସିକ ବିତ୍ତୀୟ ନୀତି । ମନେଟାରୀ ପଲିସି କମିଟି ବୈଠକରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଲା ଆରବିଆଇ । ଏ ସଂପର୍କରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ତେଣୁ ଗ୍ରାହକଙ୍କ ମଧ୍ୟରେ ଇଏମଆଇ ବଢିବା ନେଇ ଥିବା ଚିନ୍ତା ଦୂର ହୋଇଛି। ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ସେହିପରି ଡିପୋଜିଟ୍ ଫାସିଲିଟି ହାର ୬ .୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା ଆରବିଆଇ । ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ରେଟ୍ ମଧ୍ୟ ୬.୭୫ ପ୍ରତିଶତରେ ଅପରିବର୍ତ୍ତିତ ରହିଲା ।

ସୂଚନା ଅନୁଯାୟୀ ଫେବୃୟାରୀ ୮ ତାରିଖରେ ମଧ୍ୟ ଅପରିବର୍ତ୍ତିତ ରହିଥିଲା ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନଥିଲା । ତେବେ ଶେଷ ଥର ପାଇଁ ରିଜର୍ଭ ବ୍ୟାଙ୍କ ୨୦୨୩ ମସିହା ଫେବ୍ରୁଆରୀ ୮ ତାରିଖରେ ରେପୋ ରେଟରେ ପରିବର୍ତ୍ତନ କରିଥିଲା । ସେତେବେଳେ ଏହାକୁ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଥିଲା । ସେତେବେଳେ ଏହା ୬.୨୫ ପ୍ରତିଶତରୁ ବୃଦ୍ଧି ପାଇ ୬.୫୦ ପ୍ରତିଶତ ହେଇଥିଲା । ସେବେଠୁ ଗତ ୬ଟି ମନିଟରି ପଲିସି କମିଟି ମିଟିଂରେ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି । ତେବେ ଏଥର ମଧ୍ୟ ମିଟିଂ ଆରମ୍ଭ ହେବା ପୂର୍ବରୁ ରେପୋ ରେଟ୍ ଅପରିବର୍ତ୍ତିତ ରହିବା ନେଇ ପୂର୍ବାନୁମାନ କରାଯାଉଥିଲା । ଆଉ ଅନୁମାନ ମୁତାବକ ମଧ୍ୟ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.