Below header

ଆରବିଆଇ ଦେଲା କଡ଼ା ଚେତାବନୀ, ବ୍ୟାଙ୍କ ଆକାଉଣ୍ଟ ସୁରକ୍ଷିତ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ସ୍କାମର୍ସମାନେ ଲୋକଙ୍କୁ ଠକିବା ପାଇଁ ପ୍ରତ୍ୟେକ ଦିନ କୌଣସି ନା କୌଣସି ଉପାୟ ଆପଣାଉଛନ୍ତି । ଏହି ଉପାୟ ମଧ୍ୟରୁ ଆପଣଙ୍କ ଫୋନକୁ ଆସୁଥିବା ଲିଙ୍କ୍‌ ମଧ୍ୟ ସ୍କାମ୍‌ ର ମାଧ୍ୟମ ହୋଇପାରେ । ସ୍କାମର୍ସମାନେ ଫିସିଂ ଲିଙ୍କ ଦ୍ୱାରା ଲୋକଙ୍କୁ ଠକିବା ପାଇଁ ଟାର୍ଗେଟ କରୁଛନ୍ତି ।

ଡିଜିଟାଲ ଓ୍ଵାର୍ଲ୍ଡର ଗୋଟିଏ ଭୁଲ ଆପଣଙ୍କ ଉପରେ ଭାରି ପଡ଼ିପାରେ । କାରଣ ସ୍ମାର୍ଟଫୋନ ଏବଂ ଇଣ୍ଟରନେଟ ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି । ଏପରିସ୍ଥିତିରେ ଅନଲାଇନ୍‌ ଓ୍ଵାର୍ଲ୍ଡର ଗୋଟିଏ ଭୁଲ୍‌ ଆପଣଙ୍କର ବହୁତ କ୍ଷତି ଘଟାଇପାରେ । ଏଥିପାଇଁ ଆରବିଆଇ ଏକ ଆଲର୍ଟ ଜାରି କରିଛି । କେନ୍ଦ୍ର ବ୍ୟାଙ୍କ ସମସ୍ତଙ୍କୁ ସାବଧାନ କରିଛି ।
ସ୍କାମର୍ସମାନେ ଲୋକଙ୍କୁ ଠକିବା ପାଇଁ ପ୍ରତ୍ୟେକ ଦିନ କୌଣସି ନା କୌଣସି ଉପାୟ ଆପଣାଉଛନ୍ତି । ଏହି ଉପାୟ ମଧ୍ୟରୁ ଆପଣଙ୍କ ଫୋନକୁ ଆସୁଥିବା ଲିଙ୍କ୍‌ ମଧ୍ୟ ସ୍କାମ୍‌ ର ମାଧ୍ୟମ ହୋଇପାରେ । ସ୍କାମର୍ସମାନେ ଫିସିଂ ଲିଙ୍କ ଦ୍ୱାରା ଲୋକଙ୍କୁ ଠକିବା ପାଇଁ ଟାର୍ଗେଟ କରୁଛନ୍ତି ।

ଆରବିଆଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟରରେ ଏହାକୁ ନେଇ ଏକ ଭିଡିଓ ପୋଷ୍ଟ କରିଛି । ଅଜଣା ଲିଙ୍କରେ କ୍ଲିକ ନକରିବା ପାଇଁ ଏହି ଭିଡିଓରେ ପରାମର୍ଶ ଦିଆଯାଇଛି । ଏସଏମଏସ ଏବଂ ଇମେଲ୍‌ ମାଧ୍ୟମରେ ଏହି ଲିଙ୍କ୍‌ ଆସିଥାଏ ଏବଂ ଏଥିରେ କ୍ଲିକ୍‌ କରିବା ମାତ୍ରେ ଆପଣଙ୍କ ସମସ୍ତ ଡାଟା ହ୍ୟାକର୍ସମାନଙ୍କ ପାଖରେ ପହଞ୍ଚିଯାଏ ।

ଆପଣଙ୍କ ମୋବାଇଲରେ ଥିବା ଡାଟା ଚୋରି କରି ହ୍ୟାସର୍କମାନେ ଆପଣଙ୍କ ଟଙ୍କା ଲୁଟ୍‌ କରନ୍ତି । ଏଭଳି ଅନେକ ମାମଲା ଗତ କିଛି ଦିନ ଧରି ଦେଖାଯାଉଛି । ସ୍କାମର୍ସମାନେ କେବଳ ଫିସିଂ ଲିଙ୍କ୍‌ ମାଧ୍ୟମରେ ନୁହେଁ ଓଟିପି, କଷ୍ଟମର୍‌ କେୟାର ଏବଂ ଅନ୍ୟାନ୍ୟ ଉପାୟରେ ମଧ୍ୟ ଫ୍ରଡ କରନ୍ତି । ଅନଲାଇନ୍‌ ଓ୍ଵାର୍ଲ୍ଡରେ ନିଜକୁ ସୁରକ୍ଷିତ ରଖିବା ପାଇଁ ନିଜେ ସାବଧାନ ରହିବା ଉଚିତ୍‌ । ନୂଆ ନୂଆ ସ୍କାମର୍ସଙ୍କ ଠାରୁ ବଞ୍ଚିବା ପାଇଁ ମୋବାଇଇଲରେ ଆସୁଥିବା କୌରଣି ନୋଟିଫିକେସନ ଉପରେ କ୍ଲିକ୍‌ କରନ୍ତୁ ନାହିଁ ।

. ଅଜଣା ଲିଙ୍କରେ କ୍ଲିକ୍‌ କରନ୍ତୁ ନାହିଁ ।
. ଅଜଣା ନମ୍ବରରୁ ଆସୁଥିବା କଲରେ ଶାନ୍ତିରେ ରିଆକ୍ଟ କରନ୍ତୁ ।
. ଯଦି ଆପଣଙ୍କୁ କେହି ପୋଲିସ ଅଧିକାରୀ କହି ଧମକାଉଛି ତେବେ ସତର୍କ ରୁହନ୍ତୁ ।
. କୌଣସି ପରିସ୍ଥିତିରେ ଯଦି ଆପଣଙ୍କୁ ଲାଗେ ଆପଣ ସ୍କାମ ର ଶିକାର ହେଉଛନ୍ତି, ତେବେ ତୁରନ୍ତ ପୋଲିସକୁ ଘଟଣା ସମ୍ପର୍କରେ ଜଣାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.