ନିର୍ବାଚନ ପୂର୍ବରୁ ୨ ନୂଆ ଏସ୍‌ପି, ଜଣେ ଡିସିପିଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ

ରାଉରକେଲା ଓ ଅନୁଗୁଳରେ ନୂଆ ଏସପି ନିଯୁକ୍ତ । ଦୁଇ ଜଣ ଏସ୍ ପି ଓ ଜଣେ DCPଙ୍କୁ ଦାୟିତ୍ବ ଅନୁମତି ଦେଇଛନ୍ତି ECI । ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲା ଏସପି ଓ ଡକ୍ଟର ଉମାଶଙ୍କର ଦାଶଙ୍କୁ ଅନୁଗୁଳ ଏସପି ଭାବେ ଦାୟିତ୍ବ ଦିଆଯାଇଛି। କଟକ DCP ହୋଇଛନ୍ତି ପ୍ରକାଶ ଆର ।

ଭୁବନେଶ୍ୱର (କେନ୍ୟୁଜ): ରାଉରକେଲା ଓ ଅନୁଗୁଳରେ ନୂଆ ଏସପି ନିଯୁକ୍ତ  ।  ଦୁଇ ଜଣ ଏସ୍ ପି ଓ ଜଣେ DCPଙ୍କୁ ଦାୟିତ୍ବ ଅନୁମତି ଦେଇଛନ୍ତି ECI ।  ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲା ଏସପି ଓ ଡକ୍ଟର ଉମାଶଙ୍କର ଦାଶଙ୍କୁ ଅନୁଗୁଳ ଏସପି ଭାବେ ଦାୟିତ୍ବ ଦିଆଯାଇଛି ।  କଟକ DCP ହୋଇଛନ୍ତି ପ୍ରକାଶ ଆର। ଏ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ECI ।

ଅନ୍ୟପଟେ ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ୮ ପ୍ରଶାସନିକ ଅଧିକାରୀଙ୍କୁ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ କିଛି ଦିନ ପୂର୍ବେ ନିର୍ବାଚନ କମିଶନ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  ସେମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ୍ ଆଇଜି ଆଶୀଷ ସିଂଙ୍କ ସମେତ ଜଗତସିଂହପୁର ଓ କଟକ ଜିଲ୍ଲାପାଳ ଏବଂ ୫ ପୋଲିସ ଏସପି ଥିଲେ ।  ତେବେ ଆଜି ୩ ଅଧିକାରୀଙ୍କୁ କଟକ ଡିସିପି, ଅନୁଗୁଳ ଓ ରାଉରକେଲା ଏସ୍‌ପି ଭାବେ ଦାୟିତ୍ୱ ମିଳିଥିବା ବେଳେ ଆଉ ଅବଶିଷ୍ଟ ୨ ଜିଲ୍ଲାପାଳ, ୩ ଏସ୍‌ପି ଓ କେନ୍ଦ୍ରାଞ୍ଚଳ ରେଞ୍ଜ ପୁଲିସ୍ ଆଇଜି ପଦବୀ ଫାଙ୍କା ଥିବା ବେଳେ ଉକ୍ତ ପଦବୀରେ ଖୁବ୍‌ ଶୀଘ୍ର ନିଯୁକ୍ତି ହେବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.