ସାପ୍ତାହିକ ହାଟରେ ବୋମାମାଡ଼, ଲୁଟି ନେଲେ ଲକ୍ଷାଧିକ ଟଙ୍କା

ବୋମାମାଡ ସହ ୨ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଲକ୍ଷାଧିକ ଟଙ୍କା ଲୁଟ୍ । କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରେ ବୋମାମାଡ । ବାରିପଦାର ଗୋରୁ ବ୍ୟବସାୟୀଙ୍କ ଗାଡିକୁ ବୋମାମାଡ କରି ଲକ୍ଷାଧିକ ଟଙ୍କା ନେଇ ୬ ଦୁର୍ବୃତ୍ତ ଫେରାର ।

କାମାକ୍ଷାନଗର (କେନ୍ୟୁଜ): ବୋମାମାଡ ସହ ୨ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଲକ୍ଷାଧିକ ଟଙ୍କା ଲୁଟ୍ ।  କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରେ ବୋମାମାଡ । ବାରିପଦାର ଗୋରୁ ବ୍ୟବସାୟୀଙ୍କ ଗାଡିକୁ ବୋମାମାଡ କରି ଲକ୍ଷାଧିକ ଟଙ୍କା ନେଇ ୬ ଦୁର୍ବୃତ୍ତ ଫେରାର । ଆଜି ସକାଳୁ କିଛି ଗୋରୁ ବ୍ୟବସାୟୀ ଜିରାଳ ହାଟକୁ ଗୋରୁ କିଣିବାକୁ ଆସିଥିବା ବେଳେ କିଛି ଦୁର୍ବୃତ୍ତ ଗାଡି ନିକଟରୁ ଆସି ବୋମାମାଡ କରିବା ସହିତ ଡ୍ରାଇଭରଙ୍କୁ ମାଡ ମାରି ଗାଡି ନେଇ ଫେରାର ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଯୋଗ୍ୟ ଗତକାଲି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଠାରୁ ମାତ୍ର ୫୦୦ମିଟର ଦୂରରେ ବଡ଼ ଧରଣର ଡକାୟତି ହୋଇଥିଲା। ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ୨୭୦ ଗ୍ରାମ ସୁନା ଓ ୬କେଜି ରୁପା । ଲୁଟ୍‌ ହୋଇଥିବା ଜିନିଷର ଅନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଅଧିକ ହେବ । ଏନେଇ ବ୍ୟବସାୟୀ ଜଣଙ୍କ ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ। ସୁନା ବ୍ୟବସାୟୀ ପ୍ରଶାନ୍ତ ମହାପାତ୍ର ସବୁ ଦିନ ପରି ଗତକାଲି ଦୋକାନ ବନ୍ଦ କରି ସୁନା ଓ ରୁପା ଅଳଙ୍କାର ନେଇ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ୪ରୁ ୫ ଜଣ ଡକାୟତ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ପରେ ସୁନା ଓ ରୁପା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ । ଏନେଇ ପ୍ରଶାନ୍ତ ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.