Below header

କରୋନା ବିରୋଧୀ ଲଢେଇ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନୀ ଦେଲେ ୫୦୦ କୋଟି ଟଙ୍କା

କରୋନା ମହାମାରୀ ସହ ଲଢ଼ିବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନୀ ଏକ ବଡ଼ ଆକାରର ଯୋଗଦାନ କରିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସମର୍ଥନ କରି ସେ ପିଏମ କେୟାର୍ସ ଫଣ୍ଡକୁ ୫୦୦ କୋଟି ଟଙ୍କା ଦାନ ଆକାରରେ ଦେବା ପାଇଁ ଘୋଷଣା କରିଛନ୍ତି । ଆରଆଇଏଲ ତରଫରୁ ସ୍ପଷ୍ଟ କରାଯାଇଛି , ପିଏମ ଫଣ୍ଡ ବ୍ୟତୀତ କମ୍ପାନୀ ମହାରାଷ୍ଟ୍ର ଓ ଗୁଜୁରାଟ ସରକାରଙ୍କୁ କୋଭିଡ-୧୯ ବିରୋଧରେ ଲଢେଇ ପାଇଁ ପାଞ୍ଚ ପାଞ୍ଚ କୋଟି ଲେଖାଏଁ ଟଙ୍କା ଯୋଗଦାନ କରିଛନ୍ତି ।

Reliance Industries Ltd Photos, Gorwa, Vadodara- Pictures & Images ...

ଏହା ବାଦ, ରାଷ୍ଟ୍ରକୁ କରୋନା ବିରୋଧୀ ଲଢେଇରେ ସକ୍ଷମ କରିବା ପାଇଁ ରିଲାଏନ୍ସ କମ୍ପାନୀ ପ୍ରତି ମୁହୂର୍ତ୍ତରେ ନିଜ ପ୍ରୟାସ ଜାରି ରଖିଛି । ଅସହାୟ ଲୋକଙ୍କ ଜରୁରୀ ଆବଶ୍ୟକତା ଗୁଡିକୁ ପୂରଣ କରିବା ପାଇଁ କମ୍ପାନୀ ପୂରା ଦମରେ ଯଥା ସାଧ୍ୟ ଚେଷ୍ଟା କରି ଆସୁଛି । ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଟିମ ବିଭିନ୍ନ ସଡକ, ଗାଁ, ଗଳି କନ୍ଦି, ବିଭିନ୍ନ କ୍ଲିନିକ, ହସ୍ପିଟାଲ ଆଦି ଜରୁରୀ ସ୍ଥଳ ଗୁଡିକୁ ନିଜ ସେବା ପ୍ରଦାନ କରି ଆସୁଛି ।

ଏହା ସହ କମ୍ପାନୀ କରୋନା ରୋଗୀଙ୍କ ପାଇଁ ୧୦୦ ବେଡ଼ ବିଶିଷ୍ଟ ଏକ ସ୍ପେଶାଲ ହସ୍ପିଟାଲ ମାତ୍ର ଦୁଇ ସପ୍ତାହ ଭିତରେ ପ୍ରସ୍ତୁତ କରିଥିଲା । ରାସ୍ତା କଡର ନିରାଶ୍ରୟାଙ୍କ ପାଇଁ ଆଗାମୀ ୧୦ ଦିନ ପାଇଁ ୫୦ ଲକ୍ଷ ମିର୍ଲସର ଆୟୋଜନ କରାଯାଇଛି । ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପାଇଁ ୧ ଲକ୍ଷ ମାସ୍କ ପ୍ରସ୍ତୁତ କରାଯାଇଛି । ଏସବୁ ବାଦ ଇମରଜେନ୍ସି ସର୍ଭିସ ପ୍ରଦାନ କରୁଥିବା ବାହନ ଗୁଡିକୁ ମାଗଣା ତେଲ ଯୋଗାଇବା ବୋଲି ସ୍ଥିର ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.