ରେଳ ବିଭାଗ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ଇଚ୍ଛୁକ ପ୍ରାର୍ଥୀ ଶୀଘ୍ର କରନ୍ତୁ ଆବେଦନ

ଇଷ୍ଟ କୋଷ୍ଟ ରେଳ ବିଭାଗ ପୁଣି ଥରେ ଖାଲି ଥିବା ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଇଛୁକ ଥିବା ପ୍ରାର୍ଥୀ ଆସନ୍ତା ଏପ୍ରିଲ ୨୮ ତାରିଖର ସମୟ ସୀମା ଭିତରେ ଆବେଦନ କରି ପାରିବେ । ଏହା ବାଦ ଆବେଦନ କରୁଥିବା ପ୍ରାର୍ଥୀ ମାନେ ନୋଟିଫିକେସନରେ ଦିଆଯାଇଥିବା ନିର୍ଦ୍ଦେଶ ଗୁଡିକୁ ପାଳନ କରିବା ଉଚିତ । କହି ରଖିବା ଉଚିତ ହେବକି, କାର୍ଯ୍ୟାଳୟ ଅଧିକ୍ଷକ ପଦ ପାଇଁ ହିଁ ଏହି ବିଜ୍ଞପ୍ତି ଜାରି ହୋଇଛି ।

– ଇଷ୍ଟ କୋଷ୍ଟ ରେଳ ବିଭାଗରେ ଖାଲି ପଡିଥିବା ୨୩ ଗୋଟି କାର୍ଯ୍ୟାଳୟ ଅଧିକ୍ଷକ ପଦ ପାଇଁ ଏହି ବିଜ୍ଞପ୍ତି ଜାରି ହୋଇଛି ।

– ଏହି ପଦ ପାଇଁ ଆବେଦନ କରିବା ପାଇଁ ଆଶାୟୀ ପ୍ରାର୍ଥୀଙ୍କ ବୟସ ସୀମା ପଦ ଅନୁସାରେ ହିଁ ନିର୍ଦ୍ଧାରିତ ହେବ ।

railway

– ଅନଲାଇନ ପଞ୍ଜିକରଣ ଆବେଦନର ସମୟ ସୀମା ମାର୍ଚ୍ଚ ୧୮, ୨୦୨୦ ତାରିଖରୁ ଏପ୍ରିଲ ୨୮,୨୦୨୦ ଭିତରେ ରେଳ ବିଭାଗ ପକ୍ଷରୁ ରଖାଯାଇଛି ।

– ଆବେଦନ ପାଇଁ ସର୍ବନିମ୍ନ ଯୋଗ୍ୟତା ବିଭାଗର ଅଫିସିଆଲ ୱେବସାଇଟରୁ ଜଣାପଡିବ ।

– ଇଛୁକ ଥିବା ପ୍ରାର୍ଥୀ ମାନେ ଅଫିସିଆଲ ୱେବସାଇଟ କୁ ଯାଇ ଅନଲାଇନ ଆବେଦନ କରି ପାରିବେ । କିନ୍ତୁ ଧ୍ୟାନ ଦେବେ ଆବେଦନ ସମୟରେ କୌଣସି ତ୍ରୁଟି ନ ରହିବ | ନଚେତ ଆପଣଙ୍କ ଆବେଦନକୁ ଖାରଜ କରି ଦିଆଯିବ ।

– ଆବେଦନ କାରୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ ହିଁ ନିର୍ଧାରଣ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.