Below header

ଲକଡାଉନ ପରେ ମାଗଣାରେ ମିଳିବ ହେଲମେଟ ! ସରକାରଙ୍କ ଏହି ନିଷ୍ପତ୍ତିରେ ଲୋକଙ୍କୁ ମିଳିବ ଆସ୍ୱସ୍ତି

ଦେଶବ୍ୟାପୀ ଲକଡାଉନରେ ସରକାର ଲୋକଙ୍କୁ ଆସ୍ୱସ୍ତି ଦେବା ପାଇଁ ନିର୍ଣ୍ଣୟ ନେଇଛନ୍ତି। ଏମିତି ଅନେକ ନିଷ୍ପତ୍ତି ଥିଲା ଯାହାର ସମୟସୀମା ୩୧ ମାର୍ଚ୍ଚ ଥିଲା ଯାହାକୁ ସରକାର ଏବେ ବଢ଼ାଇ ଦେଇଛନ୍ତି। ଏମିତିରେ ଲୋକଙ୍କୁ ସେମାନଙ୍କ ବକେୟା କାମ କରିବାକୁ ୨ ରୁ ୩ ମାସ ସମୟ ମିଳିପାରିବ। ଆଉ ଏବେ ଲୋକମାନଙ୍କୁ ଖୁସି ଖବର ଦେଇଛନ୍ତି ପରିବହନ ବିଭାଗ। ବିଭାଗ୧ ଏପ୍ରିଲ ଠାରୁ ମାଗଣାରେ ହେଲମେଟ ଦେବା ପାଇଁ ଆଦେଶ ଜାରୀ କରିଥିଲେ, କିନ୍ତୁ ଲକଡାଉନ ପାଇଁ ଏବେ ଏହି ଆଦେଶକୁ ସ୍ଥଗିତ କରିଦିଆଯାଇଛି। ଲକଡାଉନ ପରେ ଏହି ଆଦେଶ ଲାଗୁ କରାଯିବ ବୋଲି କହିଛି ପରିବହନ ବିଭାଗ।

ସେହିପରି ନଗରୀୟ ବିକାଶ କର ଏବଂ ଗୃହ କରରେ ମଧ୍ୟ ରିହାତି ଦେବା ପାଇଁ ନିର୍ଣ୍ଣୟ ନିଆଯାଇଛି। କରଦାତାଙ୍କୁ ଟ୍ୟାକ୍ସରେ ରିହାତି ଦେବାର ସମୟସୀମାକୁ ୩୧ ମାର୍ଚ୍ଚକୁ ବଢ଼ାଇ ଜୁନ ୩୦ କରିଦିଆଯାଇଛି। ଏବେ କରଦାତା ନିଜର ଟ୍ୟାକ୍ସ ପାଇଁ ୩୧ ମାର୍ଚ୍ଚ ବଦଳରେ ୩୦ ଜୁନ ପର୍ଯ୍ୟନ୍ତ ନିବେଶ କରିପାରିବେ।

ଜିଏସଟି ସ୍ତରକୁ ମଧ୍ୟ ରିହାତି ଦିଆଯାଇଛି। ମାର୍ଚ୍ଚ, ଏପ୍ରିଲ ଏବଂ ମେ ପାଇଁ ଜିଏସଟି ରିଟର୍ଣ୍ଣ ଏବଂ କମ ଅପଜିଟ ରିଟର୍ଣ୍ଣର ତାରିଖକୁ ବଢ଼ାଇ ୩୦ ଜୁନ କରିଦିଆଯାଇଛି। ସେହିପରି ଆଧାର ଏବଂ ପାନ କାର୍ଡକୁ ୩୦ ଜୁନ ପର୍ଯ୍ୟନ୍ତ ସଂଯୋଗ କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.