Below header

କରୋନାକୁ ହରାଇ ଜିତିଗଲେ କେରଳର ଏହି ପରିବାର, ଚିକିତ୍ସା ପରେ 7ଜଣ ସଦସ୍ୟ ହେଲେ ସମ୍ପୂର୍ଣ୍ଣ ସୁସ୍ଥ

କରୋନା ଭାଇରସ ଯୋଗୁ ଏବେ ପୂରା ଦେଶରେ ଲକଡାଉନ ଚାଲିଛି । ଏଭଳି ସ୍ଥିତିରେ କେରଳରୁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଖବରରୁ ଜଣାପଡିଛି, ଏଠାରେ ଏକ ପରିବାରର 5ଜଣ ସଦସ୍ୟ ଏବଂ 2ଜଣ ସମ୍ପର୍କୀୟଙ୍କ ଠାରେ କରୋନା ପଜିଟିଭ ବାହାରିଥିଲା । ଏହାକୁ ନେଇ ଆଖପାଖ ଅଞ୍ଚଳରେ ଖୁବ ଆଲୋଚନା ମଧ୍ୟ ହୋଇଥିଲା । କିନ୍ତୁ ଟ୍ରିଟମେଣ୍ଟ ପରେ ସମସ୍ତଙ୍କ ଠାରେ କରୋନା ନେଗେଟିଭ ମିଳିଛି । ଏବେ ସମସ୍ତ ସଦସ୍ୟଙ୍କୁ ଡିସଚାର୍ଜ କରି ଦିଆଯାଇଛି ।

12

ଏହି ସୂଚନା ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶୈଳଜା ଦେଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଯେଉଁ 7ଜଣଙ୍କ ଠାରେ ପଜିଟିଭ ମିଳିଥିଲା, ସେମାନଙ୍କ ମଧ୍ୟରେ 93 ବର୍ଷର ବୃଦ୍ଧ ଏବଂ ତାଙ୍କର 88 ବର୍ଷୀୟା ପତ୍ନୀ ଥିଲେ । ଏହାସହ ଘରର ପୁଅ, ବୋହୂ ଓ ନାତି ମଧ୍ୟ ସଂକ୍ରମିତ ହୋଇଥିଲେ । ମେଡିକାଲ ଏକ୍ସପର୍ଟଙ୍କ କହିବା ହେଲା, ଏତେ ଅଧିକ ବୟସରେ କରୋନା ସହ ଲଢ଼ି ଠିକ ହେବା କୌଣସି ଚମତ୍କାରିତାଠାରୁ କମ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.