ଦିଲ୍ଲୀର ନିଜାମୁଦ୍ଦିନ୍‌ ସ୍ଥିତ ମସଜିଦ୍‌ଠାରେ ଆୟୋଜନ କରିଥିବା ଧାର୍ମିକ ସମ୍ମିଳନୀର ଆୟୋଜକଙ୍କ ବିରୋଧରେ ହେବ ମାମଲା

କେନ୍ୟୁଜ(ବ୍ୟୁରୋ):ସଂକଟରେ ପକାଇଛି ଦିଲ୍ଲୀର ନିଜାମୁଦ୍ଦିନ୍‌ସ୍ଥିତ ମସଜିଦ୍‌ଠାରେ ଆୟୋଜନ ହୋଇଥିବା ଧାର୍ମିକସମ୍ମିଳନୀ। ଏହିଁ ଧାର୍ମିକ ସମ୍ମିଳନୀକୁ ଯାଇଥିବା ୩୦୦ ଜଣଙ୍କ ବ୍ୟକ୍ତିଙ୍କଠାରେ କରୋନାର ଲକ୍ଷଣ ଦେଖାଦେଇଥିଲା। ଏବେ ସେମାନଙ୍କ ମଧ୍ୟରୁ ୨୪ ଜଣ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଛି। ଏହା ସହିତ ଏଥିରେ ଯୋଗ ଦେଇଥିବା ୭ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲାଣି। ଏବେ ଏହି ମସଜିଦ୍‌କୁ ସିଲ୍‌ କରାଯିବା ସହ ପାଖାପାଖି ୮୫୦ ଜଣକୁ ବସ୍‌ରେ ନିଆଯାଇ ସହରର ବିଭିନ୍ନ ସ୍ଥାନରେ ଏକାନ୍ତଵାସରେ ରଖାଯାଇଛି ବୋଲି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାସହ ମନ୍ତ୍ରୀ କହିଛନ୍ତି ଯେ ଏହା ଅକ୍ଷମଣୀୟ ଅପରାଧ, ଏଥିରେ ଯିଏ ସମ୍ପୃକ୍ତ ଥିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା।ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ମସଜିଦ୍‌ କର୍ତ୍ତୃପକ୍ଷଙ୍କ ନାମରେ ମାମଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶହଶହ ଜୀବନକୁ ବିପଦରେ ପକାଇଥିବା ଏହି କାର୍ଯ୍ୟକ୍ରମର ଆୟୋଜକଙ୍କ ନାମରେ ମାମଲା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରି କେମିତି ଶହଶହ ଲୋକେ ଏହି ୧୦୦ ବର୍ଷ ପୂରୁଣା ମସଜିଦର ୬ ମହଲା ବିଲ୍ଡିଂରେ ରହୁଥିଲେ ତାହାକୁ ନେଇ ଅନେକ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଏହା ସହିତ ଆୟୋଜନ କରିଥିବା ତାବଲିଗି ଜମାତ୍‌ ନାମକ ଇସଲାମିକ୍‌ ମିଶନାରୀ ସଂଗଠନ covid-19 ଗାଇଡଲାଇନକୁ ଖାତିର ନକରି ଦେଶକୁ ଏକ ବିପଦ ଆଡକୁ ଠେଲି ଦେଇ ଥିବାର ଅଭିଯୋଗ ଆଣିଛନ୍ତି କିଛି ବୁଦ୍ଧିଜୀବୀ।

 

 

Leave A Reply

Your email address will not be published.