Below header

କରୋନା ସହ ଲଢେଇ: ୧୫୦୦ କଏଦୀ ନିଜ ବେତନରୁ ଜମା କଲେ ୨.୭୬ ଲକ୍ଷ, ସିଏମ ରିଲିଫ ଫଣ୍ଡରେ କଲେ ଦାନ

କରୋନା ବିରୋଧରେ ଜାରି ରହିଥିବା ଏହି ମହାଯୁଦ୍ଧରେ ଯେ କେହି ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି । ଆଉ ଏଥିରୁ ବାଦ ପଡ଼ିନାହାନ୍ତି ଜେଲର କଏଦୀ । ନାସିକ ସେଣ୍ଟ୍ରାଲ ଜେଲର କଏଦୀମାନେ ନିଜ ଫଣ୍ଡରୁ ୨.୭୬ ଲକ୍ଷ ଟଙ୍କାର ସହାୟତା ରାଶି ମହାରାଷ୍ଟ୍ର ସିଏମ ରିଲିଫ ଫଣ୍ଡରେ ଜମା କରାଇଛନ୍ତି ।

aa2

ଜେଲର ସହାୟକ ଜେଲର ଅଶୋକ କାରକର କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅଧିକ ରହିଛି । ସିଏମ ଉଦ୍ଧବ ଠାକରେ ଲୋକଙ୍କୁ ସାହାଯ୍ୟ କରିବାକୁ ଅପିଲ କରିଥିଲେ । ଏହାପରେ କଏଦୀମାନେ ନିଜ ନିଜ ବେତନରୁ କିଛି କିଛି ରାଶି ରିଲିଫ ଫଣ୍ଡରେ ଦାନ କରିଛନ୍ତି । ଏଠାରେ ୧୫୦୦ ଜଣ କଏଦୀ ୫୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରାଶି ଦେଇଛନ୍ତି । ଜେଲ ପ୍ରଶାସନ ଚେକ ଆକାରରେ ଏହି ଅର୍ଥରାଶି ଜମା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.