Below header

ଆୟକର ବିଭାଗରେ ଖାଲିପଡିଛି ଇନ୍ସପେକ୍ଟର ଏବଂ ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦବୀ, ମାସକୁ ଦରମା ୪୦ ହଜାର

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର। ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ(ଆୟକର ବିଭାଗ) ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଭଲ ଖବର। ଆୟକର ବିଭାଗ ପକ୍ଷରୁ ସେପ୍ଟେମ୍ବର ୩ ତାରିଖ ନିଯୁକ୍ତି ପତ୍ରରେ ଏକ ନୋଟିସ ରିଲିଜ କରାଯାଇଛି। ନୋଟିସ ମୁତାବକ, ଆୟକର ବିଭାଗରେ ଇନକମ୍‌ ଟ୍ୟାକ୍ସ ଇନ୍ସପେକ୍ଟର ଏବଂ ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦବୀ ପାଇଁ ଭର୍ତ୍ତି କରାଯାଉଛି। ଉତ୍ତର ପୂର୍ବ କ୍ଷେତ୍ରର ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ଇନକମ୍‌ ଟ୍ୟାକ୍ସ ବିଭାଗ ପକ୍ଷରୁ ଇନକମ୍‌ ଟ୍ୟାକ୍ସ ଇନ୍ସପେକ୍ଟର ଏବଂ ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି ଆବେଦନ ଗ୍ରହଣ କରାଯାଉଛି। ଏହି ଭର୍ତ୍ତି ମେଧାବୀ ଖେଳାଳିଙ୍କ ପାଇଁ ରହିଛି। ଏହି ପଦବୀରେ ମେଧାବୀ ଖେଳାଳିଙ୍କୁ ନିଯୁକ୍ତି ମିଳିବ। ଯେଉଁମାନେ କୌଣସି କ୍ରୀଡ଼ାରେ ଭାଗ ନେଇଥିବେ। ଏହା ସହିତ ପ୍ରାର୍ଥୀଙ୍କୁ ବିଜ୍ଞାପନ ଅନୁଯାୟୀ ନିର୍ଦ୍ଧାରିତ ମାପଦଣ୍ଡ ପୂରଣ କରିବାକୁ ହେବ।

ପଦବୀ ବିବରଣୀ :

ଇନକମ୍‌ ଟ୍ୟାକ୍ସ ଅଫିସର

ଟ୍ୟାକ୍ସ ଆସିଷ୍ଟାଣ୍ଟ

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୬ ସେପ୍ଟେମ୍ବର ୨୦୨୨ ରହିଛି। ଇଚ୍ଛୁକ ପ୍ରାର୍ଥୀ ଏହି ତାରିଖ ପୂର୍ବରୁ ଅଫଲାଇନ ମୋଡ ଜରିଆରେ ଏହି ପଦବୀ ଭର୍ତ୍ତି ପାଇଁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା : ଇନକମ୍‌ ଟ୍ୟାକ୍ସ ଇନ୍ସପେକ୍ଟର ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଡିଗ୍ରୀ ରହିଥିବା ଜରୁରୀ।

ସେହିପରି ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳରୁ ଡିଗ୍ରୀ ପ୍ରାପ୍ତ ହେବା ଜରୁରୀ। ଏହାସହିତ ପ୍ରାର୍ଥୀଙ୍କ ଟାଇପିଂ ସ୍ପିଡ ମଧ୍ୟ ଫାଷ୍ଟ ହେବା ଜରୁରୀ।

ବୟସ ସୀମା : ଇନକମ୍‌ ଟ୍ୟାକ୍ସ ଇନ୍ସପେକ୍ଟର ପଦବୀରେ ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୦ ବର୍ଷ ହେବା ଜରୁରୀ।

ସେହିପରି ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦବୀ ପାଇଁ ଆବେଦନକାରୀଙ୍କ ବୟସ ୧୮ ରୁ ୨୭ ବର୍ଷ ହେବା ଜରୁରୀ।

ଦରମା : ଇନକମ୍‌ ଟ୍ୟାକ୍ସ ଇନ୍ସପେକ୍ଟର ପଦବୀ ପାଇଁ ଚୟନିତ ପ୍ରାର୍ଥୀ ୯,୩୦୦ ଟଙ୍କା ରୁ ୩୪,୮୦୦ ଟଙ୍କା ପ୍ରତିମାସକୁ ଦରମା ମିଳିବ।

ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦରେ ଚୟନିତ ପ୍ରାର୍ଥୀଙ୍କୁ ୫,୨୦୦-୨୦,୨୦୦ ଟଙ୍କା ଦରମା ମିଳିବ।

କେମିତି କରିବେ ଆବେଦନ :

– ପ୍ରାର୍ଥୀ ଆବେଦନ କରିବାର ଫର୍ମ ପୂରଣ କରିବା ପରେ ଏହାକୁ ନିମ୍ନଲିଖିତ ଠିକଣାରେ ପଠାଇବାକୁ ଅନୁରୋଧ।

‘Chief Commissioner of Income Tax, NER, 1st Floor, Aayakar Bhawan, Christian Basti, G.S. Road, Guwahati, Assam – 781005 

ଏହି ଠିକଣାରେ ଫର୍ମ ପୂରଣ କରି ଡାକ ଦ୍ୱାରା ପଠାନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://incometaxindia.gov.in/Pages/default.aspx

 

Also Read : ଓଡିଶାରେ ଖାଲିପଡିଛି ଡ୍ରଗ୍‌ ଇନ୍ସପେକ୍ଟର ପଦବୀ, ଜାଣନ୍ତୁ କେବେଠୁ ଆରମ୍ଭ ହେଉଛି ପ୍ରକ୍ରିୟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.