Below header

ଦଶମ ପାସଙ୍କ ପାଇଁ ରେଲେଓ୍ଵରେ ଚାକିରି କରିବାର ସୁଯୋଗ, ଜାଣନ୍ତୁ ଆବେଦନର ଶେଷ ତାରିଖ

ରେଲୱେ ଭର୍ତ୍ତି ସେଲ (ଆରଆରସି) ଉତ୍ତର ପୂର୍ବ ରେଲୱେ (ଏନଇଆର) ଅପରେଣ୍ଟିସ ଅଧିନିୟମ ୧୯୬୧ ଦ୍ୱାରା ଅପରେଣ୍ଟିସିପ ପାଇଁ ନିଯୁକ୍ତି ଅଧିସୂଚନା ଜାରି କରିଛି। ରେଲୱେରେ ଅନେକ ପଦ ପାଇଁ ନିଯୁକ୍ତି ହେବାକୁ ଯାଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମୋଟ ୧୧୦୪ଟି ପଦ ପାଇଁ ନିଯୁକ୍ତି ପତ୍ର ଜାରି କରାଯାଇଛି। ଉତ୍ତର ପୂର୍ବ ରେଲୱେରେ ଅପରେଣ୍ଟିସ ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ www.ner.indianrailways.gov.inକୁ ଯାଇ ପଞ୍ଜୀକରଣ କରିପାରିବେ।

ପଦର ବିବରଣୀ

ner recruitmentପଦ ସଂଖ୍ୟା                                          ପଦ ସଂଖ୍ୟା

ମେକାନିକାଲ ଓ୍ଵାର୍କସପ୍‌ ଗୋରଖପୁର                ୪୧୧

ସିଗନାଲ ଓ୍ଵାର୍କସପ୍‌ ଗୋରଖପୁର କ୍ୟାଣ୍ଟ            ୬୩

ବ୍ରିଜ୍‌ ଓ୍ଵାର୍କସପ୍‌ ଗୋରଖପୁର କ୍ୟାଣ୍ଟ                  ୩୫

ମେକାନିକାଲ ଓ୍ଵାର୍କସପ୍‌ ଇଜ୍ଜତ ନଗର               ୧୫୧

ଡିଜେଲ ସେଡ୍‌ ଇଜ୍ଜତ ନଗର                         ୬୦

କ୍ୟାରେଜ୍‌ ଏବଂ ଓ୍ଵାଗନ ଇଜ୍ଜତ ନଜର               ୬୪

କ୍ୟାରେଜ୍‌ ଏବଂ ଓ୍ଵାଗନ ଲଖନଉ ଜଙ୍କସନ୍‌         ୧୫୫

ଡିଜେଲ ଶେଡ୍‌ ଗୋଣ୍ଡା                                 ୯୦

କ୍ୟାରେଜ୍‌ ଏବଂ ଓ୍ଵାଗନ ବାରଣାସୀ                   ୭୫

ମହତ୍ତ୍ୱପୂର୍ଣ୍ଣ ତିଥି

ଅନଲାଇନ୍‌ ଆବେଦନ ଶେଷ ତାରିଖ ୨୫ ଡିସେମ୍ବର ୨୦୧୯ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହି ପ୍ରକ୍ରୀୟା ପୂରା କରାଯାଇପାରିବ।

ଶିକ୍ଷାଗତ ଯୋଗ୍ୟତା

ଆଶାୟୀ ପ୍ରାର୍ଥି ଦଶମ/ ହାଇ ସ୍କୁଲ ( SCVT / NCVTଦ୍ୱାରା ମାନ୍ୟତା ପ୍ରାପ୍ତ) ୫୦% ଅଙ୍କ ସହିତ ଉତ୍ତୀର୍ଣ୍ଣ ହୋଇଥିବା ଜରୁରୀ। ଏହାସହିତ ଆଇଟିଆଇ ସାର୍ଟିଫିକେଟ ହେବା ମଧ୍ୟ ବାଧ୍ୟତାମୂଳକ।

trainବୟସ ସୀମା

ଆବେଦନକାରୀଙ୍କ ବୟସ ଅତିକମରେ ୧୫ ବର୍ଷ ଏବଂ ଅତିବେଶୀରେ ୨୪ ବର୍ଷ ହୋଇଥିବ।

ଚୟନ ପ୍ରକ୍ରୀୟା

ଆବେଦନକାରୀଙ୍କ ଚୟନ ଦଶମ କକ୍ଷରେ ପ୍ରାପ୍ତ ଅଙ୍କ ସହିତ ତାଙ୍କ ଯୋଗ୍ୟତା ଆଧାରରେ ହେବ।

ଆବେଦନ କେମିତି କରିବେ

ଧ୍ୟାନ ଦିଅନ୍ତୁ ଯୋଗ୍ୟ ଆଶାୟୀ ପ୍ରାର୍ଥୀ ୨୫ ଡିସେମ୍ବର ୨୦୧୯ କିମ୍ବା ତା ପୂର୍ବରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଅନଲାଇନ୍‌ ଆବେଦନ କରିପାରିବେ। ଏଥିପାଇଁ  ner.indianrailways.gov.inରେ ଭିଜିଟ୍‌ କରନ୍ତୁ।

ପରୀକ୍ଷା ଶୁଳ୍କ

ଆଶାୟୀ ପ୍ରାର୍ଥୀଙ୍କୁ ଆବେଦନ ପାଇଁ ୧୦୦/-ଟଙ୍କା ଶୁଳ୍କ ଦେବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.